ସାକ୍ଷୀଗୋପାଳ : ସତ୍ୟବାଦୀ ତହସିଲ ଅଞ୍ଚଳର ଫନୀ ସହାୟତାରୁ ବଞ୍ଚିତ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀ ମାନେ ସହାୟତା ଦାବୀ କରି ଷଷ୍ଠ ଥର ନିମନ୍ତେ ଆଜି ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦେଇଥିଲେ.
ଏ ସମ୍ପର୍କରେ ତହସିଲଦାର ମନୋଜ କୁମାର ନାୟକଙ୍କ ସହିତ ଯୋଗାଯୋଗ କରାଯାଇଥିଲା. ସେ କହିଲେ, ଏଥି ନିମନ୍ତେ ପ୍ରଶାସନିକ ସ୍ତରରେ କାର୍ଯ୍ୟକ୍ରମ ଚାଲିଅଛି. ଖୁବ ଶୀଘ୍ର ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀ ମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ.
ତହସିଲଦାର ଶ୍ରୀଯୁକ୍ତ ନାୟକ ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ. ଆସନ୍ତା ୧o ଦିନ ମଧ୍ୟରେ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିବା ସହିତ ଆସନ୍ତା ୩o ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବା ନିମନ୍ତେ ଅନୁରୋଧ କରିଥିଲେ. ତହସିଲଦାରଙ୍କ ପ୍ରତିଶୃତି ପରେ ଆନ୍ଦୋଳନକାରୀମାନେ ଗଣଧାରଣା ପ୍ରତ୍ୟାହାର କରିଥିଲେ. ଫନୀ କ୍ରିୟାନୁଷ୍ଠାନ କମିଟି ଆବାହକ ଗୋବିନ୍ଦ ମହାପାତ୍ର, ଆଇନଜୀବୀ ବିନାୟକ ମହାନ୍ତି, ପ୍ରାଣନାଥ ବିଶ୍ୱାଳ, ଶରତ ପ୍ରଧାନ, ମଙ୍ଗୁ ସେନାପତି, ଲକ୍ଷ୍ମୀପ୍ରିୟା ପ୍ରଧାନ, ବିଷ୍ନୁପ୍ରିୟା ରଥ ଓ ସୁଶାନ୍ତି ମହାରଣାଙ୍କ ସମେତ ଶତାଧିକ ବିପନ୍ନ ଏହି ଗଣଧାରଣାରେ ଯୋଗ ଦେଇଥିଲେ.