Odisha news

ମହିଳା ଗୋଷ୍ଠୀଙ୍କ ତରଫରୁ କରୋନା ପ୍ରତିଷେଧକ ଔଷଧ ବଣ୍ଟନ

0

ଖଇରା : ହୁ୍ୟମାନରାଇଟସ ଓ  ସେବାଶ୍ରୀ ଫାଉଣ୍ଡେସନର ମିଳିତ ସହଯୋଗରେ ତଥା ସ୍ଥାନୀୟ ମହିଳା ଗୋଷ୍ଠୀଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଗନଧୂଳୀ ପଞ୍ଚାୟତ ଅଧୀନ ମଚ୍ଛଦା ଗ୍ରାମରେ ମଙ୍ଗଳବାର ଦିନ ମାଗଣା ହୋମିଓପ୍ୟାଥିକ୍ ପ୍ରତିଷେଧକ ଔଷଧ ବଣ୍ଟନ କରାଯାଇଛି । କରୋନା ପରିପେକ୍ଷୀରେ   ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପ୍ୟାଥିକ ଆର୍ସେନିକ ଆଲବମ-୩୦ ଔଷଧ ବଣ୍ଟନ କରିଯାଇଥିଲା ।

ହୁ୍ୟମାନରାଇଟସର ରାଜ୍ୟ ସଂଯୋଜକ ରମେଶ ଭାରତୀ,ତୁଡିଗଢିଆ ଡାକ୍ତରଖାନାର ଆୟୁଷ ଡାକ୍ତର ତୃପ୍ତିମୟୀ ସେନାପତି ଓ ଆବାହକ କାହ୍ନୁ ପାକଳ,ଭାରତୀ ପଣ୍ଡା, ପ୍ରମୁଖ  ଯୋଗଦେଇ ହଜାରେ ପରିବାରକୁ ଔଷଧ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଗନଧୂଳି ମହିଳା ସ୍ୱାସ୍ଥ୍ୟକାର୍ମୀ ବିଜୟାଲକ୍ଷ୍ମୀ ହୋତାଙ୍କ ସମେତ  ଅକ୍ଷୟ କୁମାର ନାଥ, ରାମଚନ୍ଦ୍ର ପାକଳ, ମୁରଲୀ ଯେନା ,ଉମାକାନ୍ତ ମଲ୍ଲିକ,ଗଣପତି ପଣ୍ଡା,ଅମୂଲ୍ୟ ରାଉତ,ରାମଚନ୍ଦ୍ର ବାରିକ,ଲକ୍ଷ୍ମୀଧର ବାରିକ,ଜଗବନ୍ଧୁ ବିନ୍ଧାଣୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply