ଜଳେଶ୍ୱର : ବିଶ୍ୱ ମହାମାରୀ କରୋନା ପ୍ରତିକାର ଓ ପ୍ରତିରୋଧରେ ସମ୍ମୁଖ ଧାଡିରେ ଥିବା ଅଙ୍ଗନୱାଡି ଏବଂ ଆଶା କର୍ମଚାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ପରିବାରର ପ୍ରତ୍ୟେକ ଲୋକଙ୍କ ସ୍ୱାସ୍ଥ୍ୟ ବିବରଣୀ ସଂଗ୍ରହ କରିବା, କଣ୍ଟେନ୍ମେଣ୍ଟ ଯୋଜନ୍ରେ ଆକ୍ରାନ୍ତ ଅଂଚଳର ସ୍ୱାସ୍ଥ୍ୟକର୍ମୀଙ୍କ ସହ କାର୍ଯ୍ୟ କରିବା, ସେମାନଙ୍କ ପାଇଁ ଜୀବନ ସହିତ ଖେଳ ଖେଳୁଥିବାବେଳେ ସରକାର ସେମାନଙ୍କ ଲାଗି ଆବଶ୍ୟକୀୟ ସୁରକ୍ଷା ନ ଯୋଗାଇବା ଭଳି କାର୍ଯ୍ୟର ନିୟୋଜିତ ଥିବା ବେଳେ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ନ ଦେଇ ନିକଟରେ ସେମାନଙ୍କୁ ୧ହଜାର ଟଙ୍କା ପ୍ରୋସôାହନ ରାଶି ଜୁଲାଇ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ପ୍ରଦାନ କରିବା ତାଙ୍କ ଲାଗି ଏକ ଉପହାସ ବୋଲି ବାଲେଶ୍ୱର ଜିଲ୍ଲା ସଂପାଦିକା ତଥା ଜଳେଶ୍ୱର ବ୍ଲକ ସଭାପତି ଲକ୍ଷ୍ମୀପ୍ରିୟା ଦାସ ଏକ ମିଳିତ ବିବୃତିରେ ପ୍ରକାଶ କରିଛନ୍ତି ।
କଣ୍ଟେନ୍ମେଣ୍ଟ ଜୋନ୍ରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସେମାନଙ୍କ ଦରମା ସହିତ ଇନ୍ସେଣ୍ଟିଭ୍ ପାଉଥିବା ବେଳେ ସେମାନେ ଗତ ମାର୍ଚ୍ଚମାସରୁ କାର୍ଯ୍ୟକରିଆସୁଥିଲେ ମଧ୍ୟ ଜୁଲାଇ ମାସରୁ ଏପରି ପୋ୍ରସôାହନ ଦେବା ଏକ ପାତର ଅନ୍ତର ବୋଲି ସଂପାଦିକା କଳ୍ପନା ଦେ, ସୁଜାତା ବାରିକ, ପୌରପରିଷଦର ନେତ୍ରୀ ତୃପ୍ତିରାଣୀ ମହାନ୍ତି, କୁନ୍ତଳା ପାତ୍ର, ଫୁଲ ସୋରେନ୍, ଗୀତା ଘୋଷ, ସୁଚିତ୍ରା ଆସ, ଚମ୍ପାବତୀ ନାଗ, ପ୍ରଭାସିନୀ ଗିରି, ମଞ୍ଚୁଲତା ପ୍ରମାଣିକ, ଅନ୍ନପୂର୍ଣ୍ଣା ପାତ୍ର, ଆଶୁ ହାଁସଦା, ଉପଦେଷ୍ଟା କମଳ ଚକ୍ରବର୍ତ୍ତୀ, ମନୋରଂଜନ ଦାସ, ଶ୍ରୀନିବାସ ଦାସମହାପାତ୍ର, ମୁସାରତ ଜାହାଁ ପ୍ରମୁଖ କ୍ଷୋଭ ପ୍ରକାଶ କରି ସରକାର ସେମାନଙ୍କ ପ୍ରତି ସୁବିଚାର ନ କଲେ ଆଗାମୀ ଦିନରେ ଆନେ୍ଦାଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।