ଅଧ୍ୟାପିକାଙ୍କ ଠାରୁ ସୁନା ଚେନ୍ ଲୁଟ ବେଳେ ଧରାପଡିଲେ ଦୁଇ ଯୁବକ: ଗୁରୁତର ଅବସ୍ଥାରେ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି
ବାଲିଆପାଳ : ଶୁନ୍ଶାନ୍ ରାସ୍ତାରେ ଭୁଜାଲି ଲଗାଇ ସୁନା ଚେନ ଲୁଟ କରିବା ମହଙ୍ଗା ପଡିଲା ଦୁଇ ଯୁବକଙ୍କୁ । ସ୍ଥାନୀୟ ଲୋକଙ୍କ ହାତରେ ଧରାପଡି ନିସ୍ତୁକ ମାଡ ଖାଇଲେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ରେମୁ ଛକ ନିକଟରେ । ସୂଚନା ଅନୁଯାୟୀ ନାବରା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସାଧନା ଦାସଅଧିକାରୀ ଆଜି ମଧ୍ୟାହ୍ନ ୧ ଘଟିକା ସମୟରେ ସ୍କୁଟି ଯୋଗେ କଲେଜରୁ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଏକ ବାଇକରେ ପିଛା କରିଥିଲେ ।
ଶୂନଶାନ ରାସ୍ତାର ଫାଇଦା ନେଇ ଦୁଇ ଜଣ ତାଙ୍କ ସ୍କୁଟି ଅଟକାଇ ଧକ୍କା ମାରି ଭୁଜାଲି ଦେଖାଇ ବେକରୁ ସୁନା ଚେନ ଛଡାଇ ନେଇଥିଲେ । ତେବେ ଅଧ୍ୟାପିକା ଜଣଙ୍କ ଚିକôାର କରିବାରୁ ସ୍ଥାନୀୟ ଲୋକମାନେ ଦୁଇ ଯୁବକଙ୍କୁ କାବୁ କରିନେଇ ଦଉଡିରେ ବାନ୍ଧି ନିର୍ଧୁମ ଛେଚି ଥିଲେ । ଖବର ପାଇ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଁଚି ଦୁଇ ଯୁବକଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଚିକିସôା କରାଇବା ସହ ଅଧିକ ତଦନ୍ତ ଚଳାଇଛନ୍ତି ।
ଦୁଇ ଯୁବକ ହେଉଛନ୍ତି ବାଲେଶ୍ୱର ହଳଦିପଦା ଅଂଚଳର ରଞ୍ଜନ ପରିଡା ଓ ରବି ନାୟକ । ଦୁଇ ଜଣଙ୍କ ନାମରେ ପୂର୍ବରୁ ଜାତୀୟ ରାଜପଥରେ ଅନେକ ଲୁଟପାଟ ସହିତ ବିଭିନ୍ନ ଥାନାରେ ଚୋରି, ରାଜାହାନୀ ପରି ସଙ୍ଗୀନ ଅଭିଯୋଗ ଥିବା ଜଣାଯାଇଛି । ଦୁଇ ଜଣ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ଚିକିସôାଧିନ ଥିବା ବେଳେ ପୁଲିସ ପକ୍ଷରୁ ସେଠାରେ କଡା ପ୍ରହରା ବ୍ୟବସ୍ଥା କରାଯାଇଛି । ଦୁଇ ଜଣ ସୁସ୍ଥ ହୋଇ ଫେରିବା ପରେ ସେମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ କରାଯାଇ କୋର୍ଟ ଫରଓାର୍ଡ କରାଯିବ ବୋଲି ଆଇ.ଆଇ.ସି. ଶ୍ରୀ ବିମଳ କୁମାର ନାୟକ କହିଛନ୍ତି । ସୂଚନାଯୋଗ୍ୟ ଯେ ପ୍ରାୟ ଏକ ମାସ ତଳେ ବାଲିଆପାଳ କାଳିପଦା ରାସ୍ତାରେ ଏହିଭଳି ଭାବରେ ଶିକ୍ଷୟତ୍ରୀଙ୍କ ଠାରୁ ଦୁଇ ଜଣ ଯୁବକ ସୁନା ଚେନ୍ ଛିଣ୍ଡାଇ ନେଇ ପଳାଇଥିଲେ ।
