Odisha news

ବିବେକ ଭାରତୀ ସେବାଶ୍ରମ ଅନ୍ତେବାସୀଙ୍କ ଗହଣରେ ପ୍ରଥମାଷ୍ଟମୀ

0

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡଗରପଡା ପଞ୍ଚାୟତ ଅଧୀନ ବିବେକ ଭାରତୀ ସେବାଶ୍ରମ ଅନ୍ତେବାସୀଙ୍କ ଗହଣରେ ପ୍ରଥମାଷ୍ଟମୀ ପାଳିଛନ୍ତି ସିମୁଳିଆର କଳିଙ୍ଗପୁତ୍ର ସଙ୍ଗଠନର ସଦସ୍ୟଗଣ । ଉକ୍ତ ସ୍ୱେଛାସେବୀ ସଂସ୍ଥାର ସଦସ୍ୟ ଗୋପୀନାଥ ପଣ୍ଡା,ମୂରଲୀଧର ପଣ୍ଡା,ଗୟାଧର ମଲ୍ଲିକ,ଶଶାଙ୍କ ଲେଙ୍କା,ନରେନ୍ଦ୍ର ବେହେରା,ଭଗବାନ ବେହେରା,ମନୋରଞ୍ଜନ ମହାକୁଡ,କୈଳାସ ମହାରଣା,ହିମାଂଶୁ ପଣ୍ଡା,ତଥା ରାଜସ୍ୱ ନିରୀକ୍ଷିକା ସରଶୀ ମହାନ୍ତି ପ୍ରମୁଖ ସେବାଶ୍ରମରେ ପହଞ୍ଚି ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପରେ ଅନ୍ତେବାସୀ ମାନଙ୍କ ସହ ଭାବ ବିନିମୟ କରିଥିଲେ । ଶେଷରେ ସମସ୍ତଙ୍କୁ ନୂତନ ବସ୍ତ୍ର ବଣ୍ଟନ କରିଥିଲେ । ଆଶ୍ରମର ସଞ୍ଚାଳକ ଗଣେଷାନନ୍ଦଜୀ ମହାରାଜ ସଙ୍ଗଠନର ଏଭଳି କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ ।

Leave A Reply