କେନ୍ଦୁଝର : କେନ୍ଦ୍ର ସରକାରଙ୍କ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ନୂଆଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ ଆଜି କବି ସାରଳା ଦାସ ଚେୟାରର ମିଳିତ ଅନୁକୂଲ୍ୟରେ ରାମାୟଣ ଟ୍ରାଡିସନ ଇନ ଓଡ଼ିଶା(ଓଡିଶାରେ ରାମାୟଣ ପରମ୍ପରା) ଶିର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରର୍ମରେ ଓଡ଼ିଶାର ପ୍ରତିନିଧି ଭାବରେ ବରିଷ୍ଠ ପ୍ରାବନ୍ଧିକ ପ୍ରଫେସର ରମାକାନ୍ତ ନାୟକ ଅଂଶ ଗ୍ରହଣ କରି ତାଙ୍କର ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ, ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନାୟକଙ୍କ ବକ୍ତବ୍ୟ ଶ୍ରୋତା ମହଲରେ ବିଶେଷ ଆଦୃତ ହେବା ସହିତ ଉପସ୍ଥିତ ବିଦ୍ୱାନମାନଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହି ଅବସରରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଆଦିକବି ସାରଳା ଦାସ ଚେୟାରର ମୁଖ୍ୟ ପ୍ରଫେସର ଡକ୍ଟର ଉଦୟନାଥ ସାହୁ ଶୀ ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବନ୍ଧିତ କରିଥିଲେ।ସାହିତ୍ୟ ଏକାଡେମୀ ଉପଦେଷ୍ଟା ବିଶିଷ୍ଟ ଗାଳ୍ପିକ ଡ଼ଃ ଗୌରହରି ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରକୁ ଜେ.ଏନ.ୟୁର ଡିନ ପ୍ରଫେସର ଶୋବା ଶିବଶଙ୍କରନ୍ ଉଦଘାଟନ କରିଥିଲେ ବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ ଡ଼.କେ ଶ୍ରୀନିବାସ ସ୍ଵାଗତଭାଷାଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଫେସର ମାଲକାନ ସିଂହ , ଓମ୍ ପ୍ରକାଶ ସିଂହ, ସୁଧୀର ପ୍ରତାପ ସିଂହ, ପୁନମ କୁମାରୀ ସିଂହ ଯଶୋଧାରା ମିଶ୍ର, ବସନ୍ତ କୁମାର ତ୍ରିପାଠୀ, ରମେଶ ଚନ୍ଦ୍ର ମଲ୍ଲିକ,ଶରତ କୁମାର ଜେନା, ସିଦ୍ଧାନ୍ତ ଶଙ୍କର ପାଢ଼ୀଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ ଓ ଜେ.ଏନୟୁର ବହୁ ବିଶିଷ୍ଠ ପ୍ରଫେସର ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଏହି ପରିପେକ୍ଷିରେ ଆନନ୍ଦପୁର ତଥା କେନ୍ଦୁଝର ଜିଲ୍ଲାର ଅନେକ ବୃଦ୍ଧିଜୀବୀ, ସାହିତ୍ୟିକ ଓ ଜନସାଧାରଣ ଏଥି ସହିତ ଘସିପୁରା ବିଧାୟକ ପ୍ରଫେସର ବଦ୍ରି ନାରାୟଣ ପାତ୍ର , ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଓ ବିଶିଷ୍ଟ ସାହିତ୍ୟିକ ଡ଼.ରାମଚନ୍ଦ୍ର ନାୟକ ପ୍ରାବନ୍ଧିକ ଶ୍ରୀ ନାୟକଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି, ଆନନ୍ଦପୁର ଉପଖଣ୍ଡର ଲେଖକ ସମବାୟ ସମିତି, କୁଶଳେଶ୍ଵର ସାହିତ୍ୟ ସଂସଦ, ହାଟଡିହି ସାହିତ୍ୟ ଘର,ଅନ୍ୱେଷା ସାହିତ୍ୟ ସଂସଦ, ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ, ଶିବନାରାୟଣ ସାହିତ୍ୟ ସଂସଦ,ବଉଳା ସାହିତ୍ୟ ସଂସଦ,ଫକିରପୁର ସାହିତ୍ୟ ସଂସଦ , ସବୁଜିମା ସାହିତ୍ୟ ସଂସଦ, ବନମାଳି ପଣ୍ଡା ସ୍ମୁତି ସଂସଦ, ବିବେକାନନ୍ଦ ପାଠକ ମଞ୍ଚ, ଆନନ୍ଦପୁର ବିଶିଷ୍ଟ ନାଗରିକ ପରିଷଦ, ଆନନ୍ଦପୁର, ବିକାଶ ପରିଷଦ ପ୍ରଭୁତି ସଂଗଠନ ପ୍ରଫେସର ନାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ