ଢ଼େଙ୍କିକୋଟ ତା ୩୧. ୮. ୨୩ : କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତିୟ ରାଜପଥ ନେକଡ଼ାଘର ଓ ବଡ଼ପଶି ମଝିରେ ଥିବା ଖଡ଼ିଗଡ଼ା ପୋଲ ତଳକୁ ଏକ ୧୪ ଚକିଆ ଆଇରନ ବୋଝେଇ ଟ୍ରକ ଖସିପଡିଛି l ଏହି ଘଟଣା ଘଟିଯାଇଛି ଆଜି ଭୋର ସମୟରେ l ତେବେ ପୋଲ ତଳକୁ ୧୪ ଚକିଆ ଟ୍ରକ ଖସିବା ସହିତ ଡ୍ରାଇଭର ର ଘଟଣାସ୍ତଳରେ ମୃତ୍ୟୁ ହୋଇଯାଇଛି l ତାର ନାମ ପ୍ରଭାଂଶୁ ମଲ୍ଲିକ ( ୫୦) ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡିଛି l ଟ୍ରକ ଗାଡିଟିର ନମ୍ବର ଓ. ଡି.୨୨ ଏକ୍ସ ୧୦୬୯ ବୋଲି ଜଣାପଡିଛି l ତେବେ ଡ୍ରାଇଭର ର ଆଖି ଲାଗିଯିବାରୁ ଏ ଦୁର୍ଘଟଣା ଘଟିଥିଲା l ଖବରପାଇ ସଦରଥାନା ପୋଲିସ ଘଟଣାସ୍ତଳରେ ପହଂଚି ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋସ୍ଟ ମୋଟମ କରାଇଛନ୍ତି l ଗାଡି କୁ ଜବତ୍ କରି ମୃତକ ର ପରିବାର ଲୋକ ମାନଂକୁ ଖବର ଦେଇଛନ୍ତି l