Odisha news

ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନୁନାହାଁନ୍ତି କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀ

0
ଆନନ୍ଦପୁର,ତ୨୫/୮: ମୂଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଗତ ୨୦୨୨ ଅକ୍ଟୋବର ୧୭ତାରିଖରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ପ୍ରଥାକୁ ଉଚ୍ଛେଦ କରିଥିଲେ। ଏହି ନିର୍ଦ୍ଦେଶ ଦ୍ବାରା ବିଭିନ୍ନ ବର୍ଷରେ ନିଯୁକ୍ତି ପାଇଥିବା ଶିକ୍ଷକଶିକ୍ଷୟତ୍ରୀମାନେ ଚୁକ୍ତିଭିତ୍ତିକରୁ ନିୟମିତ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ତେ‌େ ଏହି ନିର୍ଦ୍ଦେଶପରେ କେନ୍ଦୁଝର ଜିଲ୍ଲାରେ ୨୦୧୬ରୁ ୨୦୨୨ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ଶିକ୍ଷକଶିକ୍ଷୟତ୍ରୀମାନେ ନିୟମିତ ବାର୍ଷିକ ବର୍ଦ୍ଧିତ ଦରମା ପାଉଛନ୍ତି। ତେବେ ଅନ୍ୟ ଜିଲ୍ଲାରେ ୨୦୧୦ରୁ ୨୦୨୨ପର୍ଯ୍ୟନ୍ତ ଶିକ୍ଷକଶିକ୍ଷୟତ୍ରୀମାନେ ବାର୍ଷିକ ବର୍ଦ୍ଧିତ ଦରମା ପାଉଛନ୍ତି। ତେବେ କେନ୍ଦୁଝର ଜିଲାରେ ୨୦୧୦ରୁ ୧୪ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ଶିକ୍ଷକଶିକ୍ଷୟତ୍ରୀମାନେ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଯାହାଫଳରେ କନିଷ୍ଠ ଶିକ୍ଷକମାନେ ଅଧିକ ଦରମା ପାଉଥିବାବେଳେ ବରିଷ୍ଠମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବରିଷ୍ଠ ଶିକ୍ଷକମାନେ ଏଥିରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ ହୋଇଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
Leave A Reply