ଆନନ୍ଦପୁର ; ଆନନ୍ଦପୁର ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ଶ୍ରଦ୍ଧା କମିନ୍ୟୁକେସନରୁ ଦୁର୍ବୁତ୍ତ ମାନେ ରାତିରେ ସଟର ଭାଙ୍ଗି ଏକ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କାର ମୋବାଇଲ ଚୋରି କରି ନେଇଥିବା ବେଳେ ଦୋକାନୀର ମାଲିକ ରାମଚନ୍ଦ୍ର ପାତ୍ର ଏକ ଲିଖିତ ଏତଲା ଥାନାରେ ଦେଇଛନ୍ତି ll ଘଟଣାରୁ ଜଣାଯାଏ କି ରାମଚନ୍ଦ୍ର ପାତ୍ର ସବୁଦିନ ଭଳି ଗତକାଲି ରାତିରେ 10 ଟା ବେଳେ ଦୋକାନ ଵନ୍ଦ କରି ଘରକୁ ଯାଇଥିଲେ ll ଆଜି ସକାଳେ ଆସି ରାମଚନ୍ଦ୍ର ପାତ୍ର ନିଜର ଦୋକାନ ଖୋଲିବାକୁ ଗଲା ବେଳେ ଦୋକାନର କାଠ କବାଟକୁ ତାଡି ଦେଇଥିବା ବେଳେ ଭିତର ସଟରକୁ ଶାବୁଳ ଦ୍ୱାରା ତଡା ଯାଇ ଦୋକାନ ଭିତରୁ ଛୋଟ ବଡ଼ 35ଟି ମୋବାଇଲ ସହିତ ଏବଂ କିଛି ମୋବାଇଲ ମୋବାଇଲ ଆସେସୋରିଜ ଦୋକାନରୁ ନେଇଯାଇଥିବା ବେଳେ ଦୋକାନ ଭିତରେ ଲାଗିଥିବା ସିସି ଟିଭି ତାରକୁ କାଟି ଦେଇଥିଲେ ll ଶ୍ରୀ ପାତ୍ର ସଙ୍ଗେ ସଙ୍ଗେ ଆନନ୍ଦପୁର ଥାନାରେ ଜଣାଇଥିବା ବେଳେ ଆନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ଚୋରକୁ ଠାବ କରିନଥିବା ବେଳେ ବିଭିନ୍ନ ଦିଗକୁ ଦେଖି ଯାଞ୍ଚ ଆରମ୍ଭ କରିଥିବା ବେଳେ ଚୋରି ହୋଇଥିବା ମୋବାଇଲର ଆନୁମାନିକ ମୂଲ୍ୟ ଏକ ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଜନ ପଡୁଚି
