Odisha news

ବାଇକ ଦୃଘଟଣା ରେ ବରିଷ୍ଠ ଶୈବ ସେବାୟତଙ୍କ ମୃତ୍ୟୁ

0

ରଣପୁର ୧୮/୩ : ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ର ଧୂମାନାଳ ପୋଲ ପାଖରେ ଏକ ବାଇକ ସହିତ ସାଇକେଲ ଆରୋହୀ ଙ୍କ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ  ସାଇକେଲରେ ଯାଉଥିବା ଶୈବ  ସେବାୟତଙ୍କ ମୃତ୍ୟୁ ହୋଇଥିବା ବେଳେ  ବାଇକରେ ଥିବା ଦୁଇ ଜଣବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି….  ମୃତକ ସେବାୟତ  ଜଣକ ହେଲେ ନୟାଗଡ ଜିଲ୍ଲା ରାଜସୁନାଖଳା ନୃସିଂହପୁର ଟାଙ୍ଗୀସାହିର ରାଜକିଶୋର ରଣା(୬୧) ସୂଚନା ଥାଉ କି ଗତ କାଲି ନରେନ୍ଦ୍ରପୁର ପଂଚାୟତ ର  ଦଶଦୋଳ ମେଳଣ ପଡିଆକୁ ଠାକୁରଙ୍କ ବିମାନ ସାଙ୍ଗ ରେ ସାଇକେଲ ରେ  ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ(OD 02 BZ 1039) ରାଜ ଙ୍କୁ ଧକ୍କା ଦେଇଥିଲେ କୌଣସି ମତେ ଖବର ପାଇ   ରାଜସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ଓ ତାଙ୍କ ପୁଲିସ ଟିମ    ଘଟଣା ସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ନେଇଥିଲେ ସେଠାରେ ରାଜ ଙ୍କୁ ମୃତ ଘୋଷଣା କରାଯାଇଥିଲା ତେବେ  ବାଇକ ଚାଳକଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ଦୁଇ  ଜଣ ଙ୍କୁ ଭୁବନେଶ୍ୱର ପଠେଇ ଦିଆଯାଇଛି  ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ରଣପୁର ପଠାଇଥିବା ବେଳେ ୭୨/୨୩ ରେ ଏକ ମକଦମା ରୁଜୁକରୀ ଗୁରୁତର ଆହତ ହୋଇଥିବା ଦୁଇ ଜଣଙ୍କ ପରିଚୟ ପୁଲିସ ପାଖରେ ମିଳିନଥିବା ଜଣାପଡିଛି!

Nalco
Leave A Reply