Odisha news

ହରିଜନ ମହିଳା ଓ ଚାଷୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
ଜଗନ୍ନାଥ ପ୍ରସାଦ : 18/03 :  ଜାତୀୟ ପାଦପ ଆନୁବଂସିକ ସଂସଧନ ବ୍ୟୁର ର ପ୍ରଚେଷ୍ଟା ରେ ହରିଜନ କୃଷକ ଓ ମହିଳା ଙ୍କ ପାଇଁ ଉତ୍ତମ ଚାଷର ପ୍ରଶିକ୍ଷଣ ଓ ସଚେତନ ଶିବିର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଜିରାବାଡି ଗ୍ରାମପଞ୍ଚାୟତ କର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀଯୁକ୍ତ ଅନୁପ ପଣ୍ଡା ଉପସ୍ଥିତ ରହିଥିବା ବେଳେ ସନମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସରୋଜ କୁମାର ନାୟକ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହାସହ କୃଷି ବିଜ୍ଞାନ କେନ୍ଦ୍ର ଭଞ୍ଜନଗର ର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ଼. ସୁତନୁ କୁମାର ଶତପଥୀ ଉପସ୍ଥିତ ରହି ଦେଶୀ ବିହନ ର ଉଚ୍ଚିତ ଉପଯୋଗ ଚାଷ କ୍ଷେତ୍ର ରେ କିପରି କରିହବ ପ୍ରଶିକ୍ଷଣ ଦେବା ସହ  ଉନତ ଧରଣର ଚାଷ ଉପରେ ଚାଷୀଙ୍କୁ ସଂକ୍ଷିପ୍ତରେ ବୁଝାଇଥିଲେ l ବୈଜ୍ଞାନିକ ଅନିତା ପାତ୍ର, ବିଷ୍ଣୁପଦ ଗିରି, ପ୍ରଶାନ୍ତ କୁମାର ପଣ୍ଡା, ସ୍ମିତା ଲେଙ୍କା ଓ ଟିଆର ପାଣି ଚାଷୀ ଙ୍କୁ ସଚେତନ ବାର୍ତା ଦେବା ସହ ଚାଷ ଭିତିକ ପ୍ରଶିକ୍ଷଣ ଦେଇଥିଲେ l ଶେଷରେ 100 ଜଣ ଚାଷୀ ଙ୍କୁ ଚାରା, ଉତ୍ତମ ଧରଣର ବିହନ, ଚାଷ ଉପଯୋଗୀ ଯାନ୍ତ୍ରିକ ସାମଗ୍ରୀ, ଦା, କୋଦଳ ପ୍ରଦାନ କରାଯାଇଥିଲା l
Nalco
Leave A Reply