Odisha news

ଗ୍ରୀଲ କାଟି ଚୋରି କଲେ ଦୁର୍ବୁତ୍ତ , ପୁଲିସର ତନାଘନା ଜାରି

0

ବେତନଟୀ : ରବିବାର ବିଳମ୍ବିତ ରାତିରେ ବେତନଟୀ ସହରାଞ୍ଚଳ ମଧ୍ୟରେ ଥିବା ଜଣେ ବ୍ୟବସାୟୀଙ୍କ ଘରର ଗ୍ରୀଲ କାଟି ଲକ୍ଷାଧିକ ନଗଦ ଟଙ୍କା ସମେତ ସୁନା ଅଳଙ୍କାର ଚୋରି ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଘର ମାଲିକ  ରମଣୀ ରଞ୍ଜନ ଧର ମହାପାତ୍ରଙ୍କ କହିବା ଅନୁଯାୟୀ ବିଳମ୍ବିତ ରାତିରେ ସେ ଓ ତାଙ୍କ ପୁଅ ଶୋଇଥିବାବେଳେ ଗ୍ରୀଲ କାଟି ଚୋରମାନେ ଘର ଭିତରକୁ ପ୍ରବେଶ କରି ତଳ ମହଲା ଓ ଉପର ମହଲାର ସମସ୍ତ ରୁମ କବାଟ ଖୋଲି ବିଭିନ୍ନ ପ୍ରକାରର ଜିନିଷପତ୍ର ସମେତ ଏକ ଆଲମିରାର ଚାବି ଭାଙ୍ଗି ଆଲମିରାରେ ଥିବା  ନଗଦ ଟଙ୍କା ଓ ସ୍ୱର୍ଣ୍ଣ ଅଳଙ୍କାର ସମେତ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇଥିବା ସ୍ଥାନୀୟ ବେତନଟୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତିି। ତେବେ ଶୋଇବା ଘରେ ଏସି ଚାଲିଥିବା ହେତୁ କୌଣସି ଶବ୍ଦ ସେ କିମ୍ଵା ତାଙ୍କ ପୁଅ ଶୁଣିପାରିନଥିବା ସେ କହିଛନ୍ତି। ସକାଳେ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ କାମକରୁଥିବା ଲୋକ ଆସିବାପରେ ଘରର ଅସ୍ଵାଭାବିକ ଅବସ୍ଥା ଦେଖି ଜଣାଇବା ପରେ ଘର ମାଲିକ ଚୋରି ହେବା ଘଟଣା ଜାଣିବାକୁ ପାଇଥିଲେ। ଅଭିଯୋଗ ପାଇ ବେତନଟୀ ପୋଲିସ ପକ୍ଷରୁ ସାଇଣ୍ଟିଫିକ ଟିମ ଓ କୁକୁର ସାହାଯ୍ୟରେ  ତଦନ୍ତ କରାଯାଇଥିବା ବେଳେ ବେତନଟୀ ଥାନା ଅଧିକାରୀ ସସ୍ମିତା ମହାନ୍ତ ଏବଂ ଏସଡିପିଓ ସୁଦର୍ଶନ ଦାଶ ପୋଲିସ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିବା ଜଣାଯାଇଛି। ଏନେଇ ବେତନଟୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

Nalco
Leave A Reply