କେନ୍ଦୁଝର : କେନ୍ଦୁଝର ସଂସଦୀୟ କ୍ଷେତ୍ର ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବାହ୍ନ ୧୦ ୩୦ମିନିଟ୍ ସମୟରେ ସ୍ଥାନୀୟ କାଳିପଡିଆରୁ ପାରମ୍ପରିକ ଆଦିବାସୀ ବାଦ୍ୟ, ନୃତ୍ୟର ଆକର୍ଷଣୀୟ ଆୟୋଜନ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ପଟୁଆରରେ ଆସି ପାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ ଏବଂ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ପହଞ୍ଚି ନିଜର ନାମାଙ୍କନ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଘଷିପୁରା ପାର୍ଥୀବ ତଥା ପୂର୍ବତନ ମନ୍ତ୍ରୀ ପ୍ରଫେସର ବଦ୍ରିନାରାୟଣ ପାତ୍ର, ଚମ୍ପୁଆ ପାର୍ଥୀ ସନାତନ ମହାକୁଡ଼, ତେଲକୋଇ ପ୍ରାର୍ଥୀ ଅଭିମନ୍ୟୁ ସେଠୀ,ସଦର ପ୍ରର୍ଥୀ ମୀନା ମାଝୀ ପାଟଣା ପ୍ରାର୍ଥୀ ଜଗନ୍ନାଥ ନାଏକ, କରଞ୍ଜିଆ ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ, ଜିଲ୍ଲା ବିଜେଡି ସଭାପତି କୁଶ ପାଟ, ପୂର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ରାଜ୍ୟ ଯୁବ ବିଜେଡି ଉପସଭାପତି ସୈମ୍ୟଶଙ୍କର ଚକ୍ର, ଜିଲ୍ଲା ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ, କେନ୍ଦୁଝର ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭାପତି ସାଗରୀକା ସାହୁ, ଉପନଗରପାଳ ବରଦା ପ୍ରସନ୍ନ ଦାଶଙ୍କ ସମେତ ପଞ୍ଚାୟତ ଓ ବ୍ଲକ ସ୍ତରର ଦଳୀୟ ପଦାଧିକାରୀମାନେ ସାମିଲ ହୋଇଥିଲେ।