କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ରାମେଶ୍ୱର ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ ଆୟୋଜିତ ଦ୍ୱିତୀୟ ବାର୍ଷିକ ସର୍ବଭାରତୀୟ ଭଲିବଲ ଟୁର୍ନାମେଣ୍ଟ ଆଜି ଠାରୁ ଆରମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଖେଳକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ମୂଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର, ସମ୍ମାନୀୟ ଅତିଥି ଭାବେ ବିଧାୟକ ଭାଗୀରଥି ସେଠୀ,, ପାଟଣା ବିଧାୟକ ଜଗନ୍ନାଥ ନାୟକ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
୩ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆନ ଆର୍ମି, ସିଆଇଏସ୍ଏଫ୍’ ଦିଲ୍ଲୀ, ହରିୟାନା ସ୍ପଇକର, ଚେନ୍ନାଇ ଟୁ ଇନକମ୍ ଟ୍ୟାକ୍ସ କୋଲକତା, ରାଇଜିଂ କ୍ଲବ ଓଡ଼ିଶା ଭଳି ୬ଟି ଜାତୀୟସ୍ତରର ଟିମ୍ ଭାଗ ନେଇଛନ୍ତି। ଉଦଘାଟନୀ ପ୍ରଥମ ମ୍ୟାଚରେ ଚେନ୍ନାଇ ବ୍ଲୁ ଟିମ୍ କୁ ଲଗାତର ୩ଟି ସେଟ୍ରେ ହରାଇ ଇନ୍କମ୍ ଟ୍ୟାକ୍ସ କୋଲକତା କ୍ୱଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନିତ ହୋଇଛି । ଗ୍ରାମାଞ୍ଚଳର ଯୁବକମାନଙ୍କ ଭିତରେ ଭଲି ଖେଳର ଉତ୍ସାହ ବଢ଼ାଇବାକୁ ଏଭଳି ସର୍ବଭାରତୀୟ ଖେଳ ଆୟୋଜନର ମୁଖ୍ୟ ଲକ୍ଷ ବୋଲି ରାମେଶ୍ଵର କ୍ଲବର ସଭାପତି ପ୍ରଦୀପକୁମାର ସାହୁ ପ୍ରକାଶ କରିଛନ୍ତି। ମ୍ୟାଚ ପରିଚାଳନାରେ ରେଫରୀ ଭାବେ କୁମାର ରଞ୍ଜନ ମଲ୍ଲିକ, ସୁରେଶକୁମାର ଭୂୟାଁ, କ୍ଷିତିଶ କୁମାର ଭୂୟାଁ, ସୁବ୍ରତ ଲେଙ୍କା, ଅନିଲକୁମାର ଷେଣ୍ଢ, ଅମିୟକୁମାର ପରିଡ଼ା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ସ୍କୋର ଓ ଅଫିସିଆଲ ଭାବେ ବିଭୁଭୂଷଣ ରଥ, ଶ୍ରୀକାନ୍ତ ନାୟକ, ତ୍ରିଲୋଚନ ଦାସ, ସୁଜୟ କୁମାର ନାୟକ, ନିରଞ୍ଜନ ନାୟକ, | କଳାକାର ସାମଲ ସକ୍ରିୟ ସହଯୋଗ କରୁଛନ୍ତି। ପରିଚାଳନାରେ ରାମେଶ୍ବର ଆଞ୍ଚଳିକ ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି | ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସହଯୋଗ କରୁଛନ୍ତି।