କେନ୍ଦ୍ରାପଡା : କୋଭିଡ-୧୯ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ, ସଂକ୍ରମିତଙ୍କ ଚିକିସôା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ପଂଚାୟତରେ କୋଭିଡ କେୟାର ସେଣ୍ଟର ସ୍ଥାପନା କରାଯାଇଛି । ଏହି ସେଣ୍ଟର ଗୁଡିକରେ ଟି ଏମ ସିରେ ରହୁଥିବା ସଂକ୍ରମଣ ଲକ୍ଷଣ ଥିବା ବ୍ୟକ୍ତିମାନେ ପ୍ରାଥମିକ ଚିକିସôା ପାଇବେ ।
କେନ୍ଦ୍ରାପଡା ବ୍ଲକ ଅଧିନ ଗୁଲନଗର ପଂଚାୟତରେ ସ୍ଥାପନ କରାଯାଇ ଥିବା କେୟାର ସେଣ୍ଟରକୁ ସ୍ଥାନୀୟ ସରପଂଚ ପିତବାସ ବେହେରା (ଚଗୁଲି) ଅସବାବପତ୍ର ଯୋଗାଇବା ପାଇଁ ନିଜେ ଟ୍ରଲି ଟାଣି ଖଟ, ଚେୟାର୍, ଟେବୁଲ୍, ବେଂଚ୍ ଓ ଅନ୍ୟାନ୍ୟ ସାମଗ୍ରୀ ବୋହୁଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟରେ ନାୟବ ସରପଂଚ ସୁଜାତା ସାହୁ ସାହାଯ୍ୟ କରିଛନ୍ତି ।