Odisha news

କେନ୍ଦ୍ରାପଡା : କଟକଣା ମାନୁ ନାହାଁନ୍ତି କୋଚିଂ ସେଣ୍ଟର ଓ ଘରୋଇ ଟିଉସନ

0

କେନ୍ଦ୍ରାପଡା :  କରୋନା ମହାମାରୀ ହୁ ହୁ ହୋଇ ବଢୁଥିବା ବେଳେ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖା  ଦେଇଛି । କେନ୍ଦ୍ରାପଡା ବ୍ଲକ ଅଧିନ ବିଭିନ୍ନ ପଂଚାୟତ ତଥା କଂସାର ସାହସପୁର, ଓସ୍ତପୁର, ଅଙ୍ଗୁଳାଇ, କୁହୁଡି, ପୁରୋସ୍ତପୁର ଇତ୍ୟାଦି ଅଂଚଳରେ ବ୍ୟାପକ ଭାବରେ ଘରୋଇ ଟିଉସନ ସହ କୋଚିଂ ସେଣ୍ଟର ଚାଲୁଥିବାର ନଜିରକୁ ଆସିଛି ।

କଂସାର ସାହସପୁର ପଂଚାୟତର ସାହସପୁର ର ଅର୍ପିତା, ବାଗ୍ଦେବୀ, ସାଇ ଏବଂ କାଙ୍କତିଆର ସିଗ୍ମା କୋଚିଂ ସେଣ୍ଟରରେ ଶତାଧିକ ଛାତ୍ରଛାତ୍ରୀ କରୋନା କଟକଣାକୁ ନମାନି ପାଠ ପଢୁଥିବା ବେଳେ ଘରୋଇ ଟିଉସନ ମାଷ୍ଟର ମାନେ ଦଳ ଦଳ କରି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଉଥିବାର ଜଣା ପଡିଛି । ତେବେ ଏହି କୋଚିଂ ସେଣ୍ଟର ଓ ଘରୋଇ ଟିଉସନ ରେ କରୋନା କଟକଣା ଉଲଙ୍ଘନ କରା ଯାଉଥିବା ବେଳେ ସଦର ଥାନା ପୋଲିସ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଫଳରେ କୋଚିଂ ସେଣ୍ଟର ମାଲିକ ମାନେ ମାଲେମାଲ ହେଉ ଥିବାର ସୂଚନା ମିଳିଛି । ଅପର ପକ୍ଷରେ ଗତ ୧୪ ତାରିଖ ଦିନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିଦେ୍ର୍ଦଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ସଂଜିବ ସିଂହ କୋଚିଂ ସେଣ୍ଟର ଓ ଘରୋଇ ଟିଉସନକୁ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର କୋଚିଂ ସେଣ୍ଟର ମାଲିକ ଏବଂ ଘରୋଇ ଶିକ୍ଷକ ମାନେ ଏହି ନିଦେ୍ର୍ଦଶ ନାମାକୁ ଫୁ କରି ଦେଇଛନ୍ତି ।

Nalco

Leave A Reply