Odisha news

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ନିଆରା ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ

0

କେନ୍ଦ୍ରାପଡା :  କେନ୍ଦ୍ରାପଡାର ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ଢଙ୍ଗରେ କରୋନା ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଇଛି । କେନ୍ଦ୍ରାପଡା ସହର ର ତିନିମୁହାଣୀ ଠାରୁ ସାନ୍ତସାହି ବଜାର ପର୍ଯ୍ୟନ୍ତ ମୁଖ୍ୟ ସଡକରେ ସଚେତନତା ବାର୍ତା ପ୍ରଚାର କରାଯାଇଛି ।

ଟ୍ରଷ୍ଟର ସଦସ୍ୟ ମାନେ କରୋନା ଭୁତାଣୁର ଚିତ୍ର ଥିବା ମୁଖା ପିନ୍ଧି ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ପାଳନ କରିବା, ବହୁ ଲୋକଙ୍କ ସଂପର୍କରେ ଆସୁଥିବା ବସ୍ତୁ ଓ ପଦାର୍ଥକୁ ନଛୁଇଁବା ଓ ମାସ୍କ ପିନ୍ଧିବା ଅଦି ବାର୍ତା ପ୍ରଦାନ କରିଥିଲେ । ଟ୍ରଷ୍ଟର ସଭାପତି ଦମନ କୁମାର ମହାନ୍ତି ଙ୍କ ନେତୃତ୍ୱରେ ଗୈାତମ ସାହୁ, ହରି ନାୟକ, ରାଜେନ୍ଦ୍ର ବେହେରା, ସାନ୍ତନୁ ମଲ୍ଲିକ , କେଦାର ସ୍ୱାଇଁ, ରାକେଶ ପଣ୍ଡା, ତୁଷାର କୁମାର ଦାସ, ଅଶୋକ ପତ୍ରୀ, ପ୍ରସନ୍ନଜିତ ଦାସ, ସୁବତ୍ର ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply