Odisha news

ସଟ୍ ଡାଉନରେ ଆସିଲେ ୮୮୯, ଜିଲ୍ଲାରେ ମୋଟ ପ୍ରବାସୀ ସଂଖ୍ୟା ୨୯,୬୭୭

0

କେନ୍ଦ୍ରାପଡା :  ରାଜ୍ୟ ସରକାରଙ୍କ ଅନଲକ-୧ ରେ ଜୁନ ମାସର ଶନିବାର ଓ ରବିବାର ସଟ୍ ଡାଉନ ଥିବାବେଳେ ପ୍ରଥମ ଶନିବାର ଦିନ ୮୮୯ ଜଣ ପ୍ରବାସୀ ଜିଲ୍ଲାକୁ ଆସିବା ପରେ ଜିଲ୍ଲାରେ ମୋଟ ପ୍ରବାସୀ ସଂଖ୍ୟା ୨୯୬୭୭ ରେ ପହଁଚିଛି । ଶନିବାର ଦିନ ଆସିଥିବା ପ୍ରବାସୀ ମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକ କୁ ଆସିଥିବା ପ୍ରବାସୀ ମାନଙ୍କ ସଂଖ୍ୟା ୧୩୨ ଥିବାବେଳେ ମୁନିସିପାଲିଟିକୁ ୩, ମାର୍ଶାଘାଇ ବ୍ଲକ-୧୪୭, ଆଳି-୩, ପଟ୍ଟାମୁଣ୍ଡାଇ-୬୨, ରାଜନଗର-୧୫୧, ଡେରାବିଶ-୧୬୦, ମହାକାଳପଡା-୧୭୭, ରାଜକନିକା-୬୪ ଓ ଗରଦପୁର-୯୩ ଜଣ ପ୍ରବାସୀ ଫେରିଥିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ପ୍ରବାସୀ ମାନଙ୍କୁ ଜିଲ୍ଲାର ବିଭିନ୍ନ ସଂଗରୋଧ ଶିବିରକୁ ପଠାଯାଇଛି । ଅପରପକ୍ଷରେ ଏହି ସଟ୍ ଡାଉନରେ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ଥିବାରୁ ସାଧାରଣ ଯାତାୟତ ଏକ ରକମ ବନ୍ଦ ରହିଛି । କେବଳ ଅତି ଜରୁରୀ ତଥା ସ୍ୱାସ୍ଥ୍ୟସେବା ପରି ଜରୁରୀ ମାମଲାରେ କିଛି ଲୋକ ଯାତାୟତ କରୁଥିବାର ଦେଖା ଯାଇଥିଲା । ଆଇନ ଶୃଙ୍ଖଳା ରକ୍ଷା ପାଇଁ ସହର ର ଅଖପାଖ ଅଂଚଳର ଗୁୁରତ୍ୱ ପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଲିସ ପକ୍ଷରୁ ଯାତ୍ରୀ ମାନଙ୍କୁ ତନଖି କାର୍ଯ୍ୟ ଜାରି ରହିଥିଲା । ଏସଡିପିଓ ରାଜୀବ ଲୋଚନ ପଣ୍ଡା , ଟାଉନ ଥାନା ଅଧିକାରୀ ଜ୍ୟୋତି ଶଙ୍କର ସାମନ୍ତରାୟ, ସଦର ଥାନା ଅଧିକାରୀ ପ୍ରମୋଦ ମଲିକ, ଏ ଏସ ଆଇ ଅନ୍ତର୍ଯାମୀ ବିଶ୍ୱାଳ ଓ ସୈାମ୍ୟ ରଞ୍ଜନ ଜାଲିଙ୍କ ସମେତ ଟାଉନ ଫାଣ୍ଡି ଅଫିସର ନରେନ୍ଦ୍ର ନାଥ ସୋରେନ ଓ ଅନ୍ୟ ପୋଲିସ ମାନେ ସଟ୍ ଡାଉନ କଟକଣା ପାଳନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାର ଜଣା ପଡିଛି ।

Leave A Reply