Odisha news

ଦୁଧିଆ ମୁହଁ ଘାଇ ନିକଟରେ ଅଜଣା ଯୁବକର ଶବ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ଲୁଣା ନଦୀର ଦୁଧିଆ ମୁହଁ ଘାଇ ନିକଟ ପଠାରେ ଏକ ଅଜଣା ଯୁବକର ଶବ ଠାବ କରାଯାଇଥିବା ଜଣା ପଡିଛି । ବଗଡା ପଂଚାୟତ ନିକଟବର୍ତୀ ଏହି ନଦୀର ପଠାରେ ଶବଟି ପଡିଥିବା ଶନିବାର ଅପରାହ୍ନରେ ସ୍ଥାନୀୟ ଗ୍ରାମବାସୀ ଦେଖି ଖବର ଦେଇଥିଲେ । ତେବେ ସଦର ଥାନା ପୋଲିସ ଘଟନା ସ୍ଥଳରେ ପହଁଚି ଏହା ପାଟକୁରା ଥାନା ଅଧିନ ଅଂଚଳ ବୋଲି ଜାଣିପାରି ଫେରି ଅସିଥିଲେ ।

ପରେ ଖବର ପାଇ ପାଟକୁରା ଥାନା ଅଧିକାରୀ ସୁଜିତ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଅନୁସନ୍ଧାନ ଚଳାଇଥିବା ଜଣାପଡିଛି । ମୃତ ଦେହଟି ପଠାରେ ତଳକୁ ମୁହଁ ମାଡି ପଡିଥିବା ବେଳେ ଏହାର କୈାଣସି ପରିଚୟ ମିଳିନାହିଁ । ୧/୩ ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧିଥିବା ମୃତ ଦେହ ଟି କେଉଁଠୁ ଆସିଲା ଏବଂ କିଏ ପକାଇଲା ପୋଲିସ ଅନୁସନ୍ଧାନରେ ଜଣା ପଡିବ । ତେବେ ରିପୋର୍ଟ ଲେଖା ହେଲା ବେଳକୁ ପାଟକୁରା ପୋଲିସ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.