ନେମାଳ : ସମଗ୍ର ବିଶ୍ୱରେ ଗତ କିଛି ମାସ ଧରି କରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିବା ସହ ଏହାର ପ୍ରଭାବରେ ବହୁ ଜୀବନ ହାନୀ ହୋଇଛି । ଫଳରେ ବର୍ତମାନ ସମଗ୍ର ବିଶ୍ୱ ଏହି ମହାମାରୀକୁ ସମୁଳେ ନାଶ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।
ପ୍ରଭୁ ଅଚୁ୍ୟତାନନ୍ଦଙ୍କ ପାଦ ପଦ୍ମରେ ସମସ୍ତ ପୂଜକ ଏକତ୍ର ହୋଇ ସମଦୂରତା ଅବଲମ୍ବନ କରିବା ସହ ଭୟଙ୍କର ଦୁଃଖ ଦୁର୍ଦ୍ଦଶାରୁ ସମଗ୍ର ମାନବ ଜାତିକୁ ଉଦ୍ଧାର କରିବା ପାଇଁ ମହାପୁରୁଷଙ୍କ ନିକଟରେ ଦୀପଦାନ କରି ସାରା ବିଶ୍ୱ ସମେତ ଭାରତ ବର୍ଷ ଓ ରାଜ୍ୟରେ ଶାନ୍ତି ସଦ୍ଭାବନା ବଜାୟୀ ରଖିବା ପାଇଁ ପ୍ରାର୍ଥନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୂଜକ ଧରଣୀଧର ପୂଝାରୀ, ପଦ୍ମନାଭ ପୂଝାରୀ, ଚକ୍ରଧର ପୂଝାରୀ,ଅନନ୍ତ ପୂଝାରୀ, ଅଚୁ୍ୟତାନନ୍ଦ ପୂଝାରୀ, ରମେଶ ଚନ୍ଦ୍ର ପୂଝାରୀଙ୍କ ସମେତ ବହୁ ଯୁବ ପୂଜକ ଏହି ଦୀପଦାନ ଉତ୍ସବରେ ସାମିଲ ହୋଇଥିଲେ ।