Odisha news

ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଲାଗିଲା ନିଆଁ

0

କେନ୍ଦ୍ରାପଡ଼ା-୦୨/୦୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ସଟ୍ ସକ୍ରିଟ୍ ଦ୍ୱାରା ନିଆଁ ଲାଗି ପ୍ରାୟ ୩୦ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଶନିବାର ଅପରାହ୍ନ ୪ଟା ସମୟରେ ସଟ୍ ସକ୍ରିଟ୍ ଦ୍ୱାରା ନିଆଁ ଲାଗି ଯାଇଥିଲା । ଗଚ୍ଛିତ ଥିବା ଔଷଧ, ବେଡ୍, କମ୍ପୁ୍ୟଟର, ଜରୁରୀ କାଗଜପତ୍ର, ମିଶନ ଶକ୍ତି କ୍ୟାଣ୍ଟିନ୍ ଏବଂ ଓ.ଟି ର ମୂଲ୍ୟବାନ ସାମଗ୍ରୀ ଓ ଅସ୍ତ୍ରପଚାର ପୋଡି ନଷ୍ଟ ହୋଇଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୦ ରୁ ୪୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସଟ୍ ସକ୍ରିଟ୍ ହେବା ଦ୍ୱାରା ପ୍ରଥମେ ଗଚ୍ଛିତ ଗୃହରେ ନିଆଁ ଲାଗିଥିଲା । ପରେପରେ ନିଆଁଟି ବ୍ୟାପି ଯାଇଥିଲା । ପ୍ରବଳ ଗ୍ରୀଷ୍ମ ଯୋଗୁଁ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଗାଡି ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇ ଯାଇଛି । ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସୁପରିଟେଣ୍ଡେଣ୍ଟ ଡ଼ଃ ଶ୍ରୀକାନ୍ତ କୁମାର ସ୍ୱାଇଁ ଏବଂ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡାକ୍ତର ଅନିତା ପଟ୍ଟନାୟକ ଘଟଣା ସ୍ଥଳରେ ପହଁଚି ତୁରନ୍ତ ନିଆଁକୁ ଆୟତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇଥିବା ସୂଚନା ମିଳିଛି ।

Leave A Reply