Odisha news

ଓସ୍ତପୁର ପ୍ୟାକ୍ସରେ ବିଶ୍ରାମଗୃହ ଓ ଶୈାଚାଳୟ ଉଦ୍ଘାଟିତ

0

କେନ୍ଦ୍ରାପଡ଼ା-୨୫/୦୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର କୃଷି ସମବାୟ ସମିତିରେ ବିଶ୍ରାମଗୃହ ଓ ଶୋଚାଳୟ ଉଦ୍ଘାଟନ ହୋଇଯାଇଛି । ସମିତିର ସଭାପତି ପ୍ରଦୁ୍ୟମ୍ନ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡା ଏ.ଆର.ସି.ଏସ୍ ସନ୍ତୋଷ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ ପରିଚାଳକ ତାପସ ପ୍ରସାଦ ସିଂହ, ଏରିଆ ଅଫିସର ଅଜୟ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ରାମଗୃହ ଓ ଶୈାଚାଳୟ ହେବାଦ୍ୱାରା ସମିତିକୁ ଆସୁଥିବା ଚାଷୀ, ମହିଳା ଚାଷୀ ଓ ମହିଳା କର୍ମଚାରୀ ମାନେ ଉପକୃତ ହେବେ ବୋଲି ସଭାପତି ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉପ ସଭାପତି କନକଲତା ସ୍ୱାଇଁ, ସଂପାଦକ ପ୍ରେମାଞ୍ଜନ ସାହୁ, ନିଦେ୍ର୍ଦଶକ ଶରତ ଦାସ, ପ୍ରମୋଦ ରାଉତରାୟ, ପଦ୍ମନାଭ ରାଉତ, ପ୍ରଶାନ୍ତ ବେହେରା, କୈଳାସ ବେହେରା, କବିଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply