Odisha news

ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ପଂଚଦଶ ପୂଣ୍ୟତିଥି ପାଳିତ

0

କେନ୍ଦ୍ରାପଡା୨୮/୧୨(Rabindra Dash) : କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସାହିତ୍ୟ ସଂସଦ ପ୍ରତଷ୍ଠାତା ସଭାପତି ତଥା ଅଣୁ କବିତାର କବି ବ୍ରହ୍ମାନନ୍ଦ ଦାସଙ୍କ ପଞ୍ଚଦଶ ପୂଣ୍ୟତିଥି ପବ୍ଲିକ୍ ରିଡିଂ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ସାହୁ,ମୂଖ୍ୟ ବକ୍ତା ଭାବରେ କେନ୍ଦ୍ରାପଡା ବିକାଶ ସାମୁଖ୍ୟର ସଂପାଦକ ଅଧ୍ୟାପକ ଅଜୟ କୁମାର ସାମଲ,ସମ୍ମାନନୀୟ ଅତିଥି ଭାବରେ ଡଃ ନାରାୟଣ ପ୍ରସାଦ ଜେନା,ସଂସଦର ଉପ ସଭାପତି ରାମକୃଷ୍ଣ ଦାଶ,ମନୋଜ କୁମାର ଦାସ,ସଂବାଦ ସାହିତ୍ୟ ଘରର ସଭାପତି ଅବନ୍ତି ବେହେରା,ସୁରେନ୍ଦ୍ର ବେହେରା, ରଞ୍ଜନ ବାଇ,ପ୍ରଣତି ପଣ୍ଡା,ମଧୂସୁଦନ ଗେରୁ,ରଣଧିର ଜେନା,ବାସନ୍ତି ଦାସ ପ୍ରମୁଖ ସାହିତି୍ୟକମାନେ ଯୋଗଦାନ କରି ଅଣୁକବି ଦାସଙ୍କ ଜୀବନ ସଂଗ୍ରାମ ଓ ସାହିତ୍ୟ କୃତି ସମ୍ପର୍କରେ ଆଲୋପକପାତ କରିଥିଲେ । ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂସୁ କୁମାରେ ଦାସ ଅଣୁକବିଙ୍କ ସାହିତ୍ୟ କୃତି ଓ ସଂଗଠନ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ କବି ମନୋଜ କୁମାର ଦାସ ଓ ଶ୍ରୀଧର କୁମାର ଭୋଳଙ୍କ ସଂଯୋଜନାରେ ଅଣୁକବିଙ୍କ ସମ୍ପର୍କରେ ରଚିତ କବିତାକୁ ନେଇ ଏକ କବିତା ପାଠୋସôବ ଅନୁଷ୍ଠିତ ହୋଇଥିଲା । କବି ଅଶୋକ କୁମାର ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ମନୋଜ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply