Odisha news

କେନ୍ଦ୍ରାପଡା ସାଇକେଲ କ୍ଲବର ବୈଠକ

0

କେନ୍ଦ୍ରାପଡା,୨୮ା୧୨(Rabindra Dash) : କେନ୍ଦ୍ରାପଡା ସାଇକେଲ କ୍ଲବର ଚଳିତ ୨୦୨୦ ମସିହାର ଶେଷ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଅନୁଷ୍ଠିତ ପୂର୍ବରୁ ପ୍ରାତ ୬ଟା ସମୟରେ ସାଇକେଲ କ୍ଲବର ସଦସ୍ୟମାନେ ସାଇକେଲରେ ସହରର ପୁରୁଣା ବସଷ୍ଟାଣ୍ଡ, ସାନ୍ତସାହି,ସାନମଙ୍ଗଳା, ଶ୍ୟାମ ଗୁଡିଆ, ବଳଦେବଜୀଉ ମନ୍ଦିର, ମାଉସୀମା ମନ୍ଦିର ଦେଇ ପୁଣି ସାନ୍ତସାହିରୁ ଏସଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ସହର ପରିକ୍ରମା କରିଥିଲେ । ଚଳିତ ବର୍ଷ କେନ୍ଦ୍ରାପଡା ସାଇକେଲ କ୍ଲବ ଦ୍ୱାରା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯଥା ବାଲିଯାତ୍ରା ପଡିଆ ସଫେଇ, କରୋନା ସମୟରେ ମାନସିକ ରୋଗୀମାନଙ୍କୁ ଖାଦ୍ୟ ବଣ୍ଟନ, ରକ୍ତଦାନ ଶିବିର ପ୍ରଭୃତି ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମନୋରଞ୍ଜନ ଦାସ, ଦିଲ୍ଲୀପ ମହାନ୍ତି, ଶୋଭନ ଆଚାର୍ଯ୍ୟ, ରାଜେନ୍ଦ୍ର ମହାପାତ୍ର, ପ୍ରଶାନ୍ତ ନାୟକ, ଅନିଲ କୁମାର ସ୍ୱାଇଁ, ରଞ୍ଜନ କୁମାର ମହାନ୍ତି, ଚିରନଜୀବି ପଣ୍ଡା, ପ୍ରଦୁ୍ୟମ୍ନ ବେହୁରା, ସଂଜୟ ରାଉତ, ଗୋପାଳ କୃଷ୍ଣ ଜେନା ସଦସ୍ୟମାନଙ୍କୁ ସଦସ୍ୟତା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଆସନ୍ତା ବର୍ଷ କେନ୍ଦ୍ରାପଡା ସାଇକେଲ କ୍ଲବ ବାର୍ଷିକ ଉସôବ ଅବସରରେ ଏକ ପତ୍ରିକା ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ପତ୍ରିକା ପାଇଁ ସଦସ୍ୟମାନେ ନିଜନିଜର ଲେଖା ପ୍ରକାଶ କରିବାକୁ ସଭାପତି ମାତୃଦତ୍ତ ମହାନ୍ତି ସୂଚନା ଦେଇଥିଲେ । ଯେଉଁ ସଦସ୍ୟମାନେ ସେମାନଙ୍କର ଲେଖା ପ୍ରକାଶ କରିବାକୁ ଇଛୁକ ଥାଆନ୍ତି ସେମାନେ ୪୫ଦିନ ମଧ୍ୟରେ ଲେଖା ଦେବାକୁ ସଭାପତି ପ୍ରକାଶ କରିଛନ୍ତି ।

Nalco
Leave A Reply