କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟରେ ଡାକ୍ତରଙ୍କ ଅଭାବ ଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ଦିନ ସକାଳ ୮ଟା ପରେ ଜଣେ ଡାକ୍ତରଙ୍କ ପାଖରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଶହ ଶହ ରୋଗୀ ସାମାଜିକ ଦୂରତା ଭୁଲି ଘେରି ରହିଥିବାର ଲକ୍ଷ୍ୟ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଗତ ୬ ମାସ ପୂର୍ବେ ଭେଷଜ ବିଭାଗର ଡାକ୍ତର ବୈକୁଣ୍ଠନାଥ ପଣ୍ଡାଙ୍କ ରାଉଲକେଲା ବଦଳି ପରେ ଅନ୍ୟତମ ଭେଷଜ ଡାକ୍ତର ଶ୍ରୀକାନ୍ତ କୁମାର ସ୍ୱାଇଁଙ୍କୁ ଇନ୍ଦୁପୁର ସ୍ୱାସ୍ଥ୍ୟକେନ୍ଦ୍ର ର ଅଧିକାରୀ ଭାବେ ବଦଳି କରାଯାଇ ଥିଲା । ଏହା ପରେ ଯେଉଁ ଡାକ୍ତର ମାନଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆ ଯାଇଥିଲା, ସେମାନେ ନିୟମିତ ଚିକିତ୍ସ୍ୟାଳୟକୁ ଆସି ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝୁ ନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଫଳରେ ଜଣେ ଡାକ୍ତରଙ୍କ ପାଖରେ ଶହ ଶହ ରୋଗୀ ଗହଳି କରିବା ପରି ସମସ୍ୟା ସୃଷ୍ଟି ହୋଇଛି ।