କେନ୍ଦ୍ରାପଡା ୪/୯( ରବୀନ୍ଦ୍ର ଦାଶ )- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗାଙ୍ଗପଡା ବେସିକ ସ୍କୁଲ ଓ ଗୋଗୁଆ ପ୍ରାଥମିକ ସ୍କୁଲରେ ଅନୁଷ୍ଠିତ କୋଭିଡ ସ୍ୱାବ ପରୀକ୍ଷା ଶିବିରରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ବିଡିଓ ସୁଧିର କୁମାର ସିଂ ଉପସ୍ଥିତ ରହି ଲୋକମାନଙ୍କୁ ସ୍ୱାବ ପରୀକ୍ଷା କରାଇନେବାକୁ ସଚେତନ କରାଇଥିଲେ ।

ଏହି ୨ଟି ଶିବିରରେ ମୋଟ ୫ଶହ ଜଣ ସ୍ୱାବ ପରୀକ୍ଷା କରିଥିବା ବେଳେ ସେଥିମଧ୍ୟରୁ କେବଳ ୫ଜଣଙ୍କର ପଜିଟିଭ ବାହାରିଥିବା ବେଳେ ଅନ୍ୟ ୪୯୫ଟି ସ୍ୱାବ ନେଗେଟିଭ ବାହାରିଥିବା ସୂଚନା ମିଳିଛି ।

ଅନ୍ୟମାନଙ୍କ ମଧ୍ୟରେ ସରପଂଚ ଲକ୍ଷ୍ମୀପ୍ରୀୟା ରାଉତ, ନାଏବ ସରପଂଚ ନରହରି ରାଉତ, ସରପଂଚଙ୍କ ପ୍ରତିନିଧି ଦିଲ୍ଲିପ କୁମାର ରାଉତ, ବିଜୁ ଯୁବ ବାହିନୀ ସଭାପତି ଅସୀତବନ୍ଧୁ ଧଳ, ମନୋଜ ପାତ୍ର, ଚନ୍ଦ୍ରକାନ୍ତ ରାଉତ, ତ୍ରିଲୋଚନ ପାତ୍ରଙ୍କ ସମେତ ଅଙ୍ଗନୱାଡିକର୍ମୀ, ଆଶାକର୍ମୀମାନେ ଓ ପଂଚାୟତ ନିର୍ବାହୀ ଅଧିକାରୀ ପ୍ରକାଶ କୁମାର ସିଂ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here