କେନ୍ଦ୍ରାପଡା(ରବୀନ୍ଦ୍ର ଦାଶ ): କେନ୍ଦ୍ରାପଡା ନିଖିଳ ଉକôଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘ ବ୍ଲକ ଶାଖା ପକ୍ଷରୁ ଅବସରପ୍ରାପ୍ତ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଦୁଇଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ଇଛାପୁର ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସଙ୍ଘର ସଭାପତି ରାଜେନ୍ଦ୍ର ପ୍ରସାଦ ରାଉତଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ସଙ୍ଘର ପ୍ରାଣ ପ୍ରତିଷ୍ଠାତା ଅବନୀ କୁମାର ମହାନ୍ତି ଓ ଅବସରପ୍ରାପ୍ତ ଜିଲ୍ଲା ସଙ୍ଘସମ୍ପାଦକ ବାନାମ୍ବର ସାହୁ ଯୋଗଦେଇ ନିକଟରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀପଦରୁ ଅବସର ଗ୍ରହଣ କରିଥିବା ଭାଗୀରଥୀ ନନ୍ଦ ଓ ଉଷାରାଣୀ ମଲ୍ଲିକଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ବ୍ଲକ ସଙ୍ଘ ସମ୍ପାଦକ ଅଶୋକ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସଙ୍ଘ ଉପସଭାପତି ଧନେଶ୍ୱର ପାତ୍ର,ଜିଲ୍ଲା ସଙ୍ଘ ସମ୍ପାଦକ ବିପିନବିହାରୀ ଶତପଥି,ବ୍ଲକ ସଙ୍ଘ ଉପସଭାପତି ରମେଶ ଚନ୍ଦ୍ର ସାହୁ ବିଦାୟୀ ଅଧିକାରୀ ଦ୍ୱୟଙ୍କ ଗୁଣଗାନ,କାର୍ଯ୍ୟଦକ୍ଷତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘ ପ୍ରାଣ ପ୍ରତିଷ୍ଠାତା,ଶିକ୍ଷକ ଗୈାରବ ବନମାଳି ବ୍ରହ୍ମଚାରୀଙ୍କ ସ୍ୱପ୍ନ ଫଳରେ ସାଧାରଣ ଶିକ୍ଷକ ପ୍ରଶାସନିକ ଅଧିକାରୀ ହୋଇ ପାରିଛନ୍ତି ବୋଲି ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ । ପ୍ରଭୁ ଶ୍ରୀବଳଦେବଜୀଉଙ୍କ କୃପାରୁ ଅବଶିଷ୍ଟ ଜୀବନ ଅବସରପ୍ରାପ୍ତ ଅଧିକାରୀ ଦ୍ୱୟଙ୍କ ସୁସ୍ଥ ଓ ନିରାମୟ ହେଉ ବୋଲି ପାର୍ଥନା କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକନେତା ଘନଶ୍ୟାମ ଧଳ,ସେଖ ମନସୁର ଅଲ୍ଲୀ,କୈଳାସ ଚନ୍ଦ୍ର ରାଉତ,ରେଶ୍ମନୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କୋଷାଧ୍ୟକ୍ଷ ଚକ୍ରଧର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।