Odisha news

ଜିଲ୍ଲାକୁ ମୋଟ ଆସିଲେ ୪୯ହଜାର ୯୦ ପ୍ରବାସୀ

0

କେନ୍ଦ୍ରାପଡା  :ମହାମାରୀ କରୋନାର ପ୍ରତିରୋଧ ତଥା ଜାତୀୟ ବିପତିକୁ ମୁକାବିଲା କରିବା ପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରି ରହିଛି ।  କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୭ ଜଣ କରୋନା ସଂକମିତ ଚିହ୍ନଟ  ହୋଇଛନ୍ତି । ଏହାକୁ ମିଶାଇ ଆଜିସୁଧା ଜିଲ୍ଲାରେ ମୋଟ ୬୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୪୯୮ଜଣ ସୁସ୍ଥ  ହୋଇଥିବା ବେଳେ ୧୬୬ ଜଣ ସଂକ୍ରମିତ ଚିକିସôାଧିନ ଅଛନ୍ତି ।

ବାହାର ରାଜ୍ୟମାନଙ୍କରୁ ଆସୁଥିବା ପ୍ରବାସୀମାନଙ୍କୁ କରୋନା ପ୍ରତିରୋଧ ପାଇଁ  ପ୍ରଶାସନିକ ତତ୍ୱାବଧାନରେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଉଛି ।  ଆଜି ସୁଦ୍ଧା ରାଜ୍ୟ ବାହାରୁ ୪୯ହଜାର ୦୯୦ ଜଣ  ପ୍ରବାସୀ  ଆସିଛନ୍ତି  ।  ଆଜି  ଆସିଥିବା ୯୫ ଜଣଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି ।  ସେମାନଙ୍କ  ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୭ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୪୨,  କେନ୍ଦ୍ରାପଡା ପୈାରାଚଂଳ ୫, ମାର୍ଶାଘାଇ ବ୍ଲକର ୮, ରାଜନଗର ବ୍ଲକର ୧୨, ରାଜକନିକା ବ୍ଲକର ୧୭, ଆଳି ବ୍ଲକର ୩, ଡେରାବିଶି ବ୍ଲକର ୧ । ଏହି ପ୍ରବାସୀ ମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆ ଯାଇଛି ।

Leave A Reply