କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ): କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମାନଙ୍କ ମିଳିତ ମଂଚଞ୍ଚ, କୃଷକ ସଂଗଠନ ଓ କ୍ଷେତ ମୂଲିଆ ସଂଗଠନ ମାନଙ୍କ ମିଳିତ ମଂଚର ଆହ୍ୱାନ କ୍ରମେ ଦେଶ ବ୍ୟାପି ଆନେ୍ଦାଳନ ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଦାବୀ ଗୁଡିକ ମଧ୍ୟରେ ସମସ୍ତଙ୍କୁ ମାଗଣା ଚିକିତ୍ସା ପ୍ରଦାନ, ସବୁ ଲୋକଙ୍କୁ ୬ ମାସ ପାଇଁ ମାସକୁ ୧୦ କିଲୋ ·ଉଳ ପ୍ରଦାନ, ସବୁ ପରିବାରକୁ ୬ ମାସ ପର୍ଯ୍ୟନ୍ତ ମାସକୁ ୭୫୦୦ଟଙ୍କ ।ଦେବା, ମନରେଗା କାମରେ ଦୈନିକ ୬୦୦ ଟଙ୍କା ମଜୁରୀ ସହିତ ବର୍ଷକୁ ୨୦୦ ଦିନ କାମ ଦେବା ଓ ମନରେଗା ଭଳି ସହରାଂଚଳ ଗରିବ ଲୋକଙ୍କ ପାଇଁ ବ୍ୟବସ୍ଥା କରିବା, ପ୍ରମୁଖ ଦାବୀ ରହିଛି ।
ସେହି ପରି ଅନ୍ୟ ଦାବୀ ଗୁଡିକ ମଧ୍ୟରେ ·ଷୀମାନଙ୍କୁ ମନରେଗାରେ ସାମିଲ କରିବା, ନରେନ୍ଦ୍ର ମୋଦି ସରକାର ଆଣିଥିବା ୩ ଟି କୃଷି ଅଧ୍ୟାଦେଶକୁ ବାତିଲ କରିବା ସହିତ ଅତ୍ୟାବଶକୀୟ ପଣ୍ୟ ଆଇନ ପୁନଃ ପ୍ରଚଳନ କରିବା, ପ୍ରତ୍ୟେକ ପରିବାରରୁ ଜଣକୁ ସରକାରୀ ·କିରି ଦେବା ସହିତ ଛଟେଇ ବନ୍ଦ କରିବା ଓ ବନ୍ଦ କରିଥିବା ନିଯୁକ୍ତିକୁ ପୁନଃ ଖୋଲା କରିବା, ଶ୍ରମ କୋର୍ଡ ଓ ସଂଶୋଧିତ ବିଦ୍ୟୁତ ଆଇନ ପ୍ରତ୍ୟାହାର କରିବା, ରବି ଫସଲ ଜନିତ କୃଷି ଋଣକୁ ଛାଡ କରିବା ସହିତ ଖରିଫ ଫସଲ ପାଇଁ ବିନା ସୁଧରେ ଋଣ ଯୋଗାଇ ଦେବା, ଦୁଗ୍ଧ, ପନିପରିବା, ଫଳ ସମେତ ସମସ୍ତ କୃଷି ଜାତ ଦ୍ରବ୍ୟ ପାଇଁ ସହାୟକ ଦେବା ସହିତ ସାରା ଦେଶ ପାଇଁ ଗୋଟିଏ ସର୍ବ ନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା, ଚୁକ୍ତିବଦ୍ଧ ·ଷ, ଠିକା ·ଷ, ଡିଜେଲର ଦାମକୁ ଅଧାକୁ କମାଇବା ଏବଂ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏତ୍ୟାଦି ପ୍ରମୁଖ ଦାବୀ ରହିଛି ।
ଏହି ଦାବି ନେଇ ଅନୁଷ୍ଠିତ ଆନେ୍ଦାଳନରେ ଓଡିଶା କୃଷକ ସଭାର ଜିଲ୍ଲା ସଂପାଦକ ଗୟାଧର ଧଳ, ସଭାପତି ଉମେଶ ଚନ୍ଦ୍ର ସିଂହ, ଓଡିଶା ରାଜ୍ୟ ସରକାରୀ କର୍ମ·ରୀ ସମନ୍ୱୟ ସମିତିର ରାଜ୍ୟ ସାଧାରଣ ସଂପାଦକ , ସି.ଆଇ.ଟି.ୟୁର ଜିଲ୍ଲା ନେତା ଜଗତଜୀବନ ଦାସ, ମାଧବ ଦାସ, ଆଇ.ଏନ.ଟି,ୟୁ.ସିର ଜିଲ୍ଲା ସଭାପତି ମୁକ୍ତାର ଖାଁ, ଅଖିଳ ଭାରତ କୃଷକ ସଭାର ଜିଲ୍ଲା ନେତା ରମଣୀ ରଞ୍ଜନ ରାଉତରାୟ, କେନ୍ଦ୍ରାପଡା ବିକାଶ ପରିଷଦର ଅଧ୍ୟକ୍ଷ ଅଧ୍ୟାପକ ଅଜୟ ସାମଲ ପ୍ରମୁଖ ଆନେ୍ଦାଳର ନେତୃତ୍ୱ ନେଇଥିଲେ ।