କେନ୍ଦ୍ରାପଡା-(ରବୀନ୍ଦ୍ର ଦାଶ)ପଟ୍ଟାମୁଣ୍ଡାଇ ସ୍ଥିତ ଉକôଳମଣୀ ଯୁବକ ସଂଘ ପକ୍ଷରୁ ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଦିବସ ପାଳନ ଅବସରରେ ରାସ୍ତାର ଦୁଇ ପାଶ୍ୱର୍ରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି । ଏଥି ସହିତ ନିକଟସ୍ଥ ଗ୍ରାମବାସୀ ମାନଙ୍କୁ ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଗୈାତମ ବେହେରା ନେତୃତ୍ୱ ନେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅଜିତ୍ ବେହେରା, ବୈଷ୍ଣବ ବେହେରା, ଚନ୍ଦ୍ରମଣୀ ବେହେରା, କାଳିଆ ବେହେରା, ରମାକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।