Odisha news

ବାଙ୍ଗିରିପୋଷି ବ୍ଲକରେ ୧୮୩ ଅଯୋଗ୍ୟ କାଳିଆ ହିତାଧରକାରୀ ଚିହ୍ନଟକୁ “ମାସା ଆର୍ମି” ଛାତ୍ର ସଂଘ ବିରୋଧ କରି ବିଡିଓଙ୍କୁ ଦାବି ପତ୍ର

0

ବାଙ୍ଗିରିପୋଷି : ଭୋଟ ବେଳେ ତରତରିଆ ଭାବେ କାଳିଆ ଯୋଜନା କରି ୫ ହଜାର ଟଙ୍କା ଲେଖାଏଁ ପୁରଷ୍କାର ମୋଟ ୨୫ ହଜାର ଦେଇ ଆସୁଥିଲେ କିନ୍ତୁ ନିର୍ବାଚନରେ ଜିତି ସାରିଲା ପରେ କାଳିଆ ଯୋଜନାର ହିତାଧିକାରୀଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରି କାଳିଆ ଯୋଜନା ଟଙ୍କାକୁ ଫେରାଇ ନେବା ପାଇଁ ସରକାର କହୁଛନ୍ତି । ବର୍ତମାନ ମହାମାରୀ କରୋନା କବଳରୁ ଲୋକେ ରକ୍ଷା ପାଇବା ପାଇଁ ଲକଡାଉନ,ସଟଡାଉନ ଭଳି ପରିସ୍ଥିତିରେ ଘାଣ୍ଟି ହେଉଛନ୍ତି । ରୋଜଗାର ହରାଇ ବଂଚିବାକୁ ରାହା ଖୋଜୁଛନ୍ତି । ଚାଷୀ ମାନେ ମଧ୍ୟ କାଳି ଯୋଜନା ମାଧ୍ୟମରେ ପାଇଥିବା ଟଙ୍କାକୁ ଚାଷ କାମରେ ଖର୍ଚ୍ଚ କରି ସାରିଛନ୍ତି ।

ପୁଣି ଏତିକି ବେଳେ ଲୋକଙ୍କ ଉପରେ ପଡିଛି କାଳିଆ ମାଡ । ବାଙ୍ଗିରିପୋଷି ବ୍ଲକରେ ୧୮୩ ଜଣଙ୍କୁ କାଳିଆ ଟଙ୍କା ଫେରାଇବାକୁ କୃଷି ବିଭାଗ ନୋଟିସ ଜାରି କରାଯାଇଥିବା ବାଙ୍ଗିରିପୋଷି କୃଷି ବିଭାଗ ତରଫରୁ ପ୍ରକାଶ ପରେ “ମାସା ଆର୍ମି”  ଏହାକୁ ବିରୋଧ କରି ମାସା ଆର୍ମି ଛାତ୍ର ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି କୁଟିଆ ଟୁଡୁଙ୍କ ନେତୃତ୍ୱରେ  ଗୁରୁବାର ଦିନ ବ୍ଲକରେ ଥିବା ଅଭିଯୋଗ ବାସ୍କରେ ବିଡିଓଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ବାଙ୍ଗିରିପୋଷି ବ୍ଲକ ଛାତ୍ର ସଭାପତି ସାଲଖାନ ମଣ୍ଡଳ ଲୋହାର ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ଚାଷୀ,ଭୂମିହିନ ଓ ନାମ ମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ଏହି ବ୍ଲକର ୨୧ ହଜାର ଚାଷୀଙ୍କୁ  ୫ ହଜାର ଲେଖାଏଁ ୨ କିସ୍ତିରେ ୧୦ ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା । ସେତେ ବେଳେ ଅନେକ ଗରିବ ଚାଷୀ ଏହି ଯୋଜନାରେ ବାଦ ପଡିଥିଲେ ।

Leave A Reply