Odisha news

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ରେ ବୃକ୍ଷ ରୋପଣ

0

କେନ୍ଦ୍ରାପଡା-(ରବୀନ୍ଦ୍ର ଦାଶ )କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସର ରେ ଗୁରୁବାର ଅପରାହ୍ନରେ ବୃକ୍ଷରୋପଣ କରାଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ସଂଜିବ କୁମାର ସିଂହ ଆନୁଷ୍ଠାନିକ ଭାବେ ବୃକ୍ଷରୋପଣ କରି ଉଦ୍ଘାଟନ କରିଥିଲେ । କାର୍ଯ୍ୟାଳୟ ପରିସର ରେ ଦେବଦାରୁ, ପିଜୁଳି, ଆକାଶୀ, କାଗାଜି, ରାଧାଚୂଡା ପ୍ରଭୃତି ଶତାଧରକ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ପାର୍ଥ ସାରଥୀ ବେହେରା, ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା, ପ୍ରଭାକର ବେହେରା, କିଶୋର କୁମାର ସାହୁ , ରାଜ କିଶୋର ଲେଙ୍କା, ସ୍ମିତା ପ୍ରତିଭା ସାହୁ ପ୍ରମୁଖ ବୃକ୍ଷରୋପଣ କରିଥିଲେ ।

Leave A Reply