Odisha news

ଆହାରି ଜଙ୍ଗଲରେ ଦୁଇ ଦନ୍ତାଙ୍କ ଉତ୍ପାତ ଜାରି : ଘର ଭାଙ୍ଗି ଧାନ ଖାଇଲେ

0

ବେତନଟୀ  : ବେତନଟୀ ଥାନା ଅଧୀନ ଆହାରି ଗ୍ରାମରେ ଦୁଇଟି ଶିମିଳିପାଳ ଦନ୍ତା ହାତୀ ଉତ୍ପାତ କରୁ ଥିବାର ଦେଖା ଯାଇଛି । ହାତୀ ଦୁଇଟି ଗ୍ରାମର ପରେଶ ମହାନ୍ତଙ୍କ ଘର ଭାଙ୍ଗି ଧାନ ଖାଇବାକୁ ପ୍ରଚେଷ୍ଠା କରି ଥିଲେ । ହାତୀ ଦୁଇଟିର ଉତ୍ପାତକୁ ନେଇ ଗ୍ରାମରେ ଭୟର ବାତାବରଣ ଦେଖା ଯାଇ ଥିଲା ।

ରାତ୍ରୀରେ ବିଦ୍ୟୁତ ରହୁ ନଥିବାରୁ ଅନ୍ଧାକାରର ସୁଯୋଗ ନେଇ ହାତୀ ଗୁଡିକ ଅଧିକ ଭୟଙ୍କର ହେଉ ଥିବାର ଜଣା ପଡିଛି । ଖବର ପାଇବା ପରେ ପିଠାବଟା ରେଞ୍ଜର ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଗ୍ରାମର ଦିଲ୍ଲିପ କୁମାର ମହାନ୍ତ ଓ ଅନ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ପରିବାରର ସହାୟତା କରିଛନ୍ତି । ଏହା ଛଡା ଆଗକୁ ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇ ଲାଇଟର ବ୍ୟବସ୍ଥା କରା ଯାଇଛି ।

Leave A Reply