Odisha news

ସଂଗରୋଧ କେନ୍ଦ୍ରରୁ ଫେରିବା ପରେ ପ୍ରବାସୀ ଯୁବକଙ୍କ ମୃତୁ୍ୟ

0

କେନ୍ଦ୍ରାପଡା :  କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମରେ ଜୈନିକ ଯୁବକ ମୋହନ ଦାସ (୩୨) ସଂଗରୋଧ କେନ୍ଦ୍ରରେ ୧୪ଦିନ ରହି ଘରକୁ ଫେରିବା ପରେ ତାର ସନେ୍ଦହ ଜନକ ଭାବେ ମୃତୁ୍ୟ ଘଟିଛି । ଘଟଣାରୁ ପ୍ରକାଶ ଯେ, ମୋହନ ମହାରାଷ୍ଟ୍ରରେ ପାଣୀ ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲା । ତେବେ ମହାରାଷ୍ଟ୍ରରେ କରୋନା ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବାରୁ ସେ ଭୟଭୀତ ହୋଇ ୧୫ ଦିନ ତଳେ କେନ୍ଦ୍ରାପଡା ଫେରିଥିଲେ । ତାଙ୍କୁ ଜିଲ୍ଲା ପ୍ରଶାସନ ଗରଦପୁର ବ୍ଲକର ନଡିଆବରେଇ ହାଇସ୍କୁଲର ସଂଗରୋଧ କେନ୍ଦ୍ରରେ ୭ ଦିନ ରଖିବା ପରେ ଛାଡି ଦେଇଥିଲେ । ସେ ନିଜ ଘରେ ଆଉ ୭ ଦିନ ଗୃହ ସଂଗରୋଧ ରେ ରହିଥିଲେ ।

୧୪ ଦିନ ସଂଗରୋଧରେ ରହିବା ପରେ ସେ ନଦୀକୁ ଗାଧୋଇ ଯାଇଥିଲେ । ସେଠାରୁ ସେ ଏକ ସାଇକେଲରେ ଫେରିବା ସମୟରେ ହଠାତ୍ ପଡିଯାଇ ସଂଜ୍ଞାହୀନ ହୋଇ ଯାଇଥିଲେ । ତାଙ୍କୁ ତୁରନ୍ତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଥିଲେ ମଧ୍ୟ ସେଠାରେ ଡାକ୍ତର ମୋହନଙ୍କର ହୃଦଘାତ ହୋଇଛି ବୋଲି ପ୍ରକାଶ କରିଥିଲେ । ତେବେ ଅଭିଯୋଗ ହେବାରୁ ମୋହନଙ୍କ ଶବକୁ ପୋଲିସ ଜବତ କରି ଆଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ କରିବା ପାଇଁ ପଠାଇଥିବାର ଜଣା ପଡିଛି ।

Leave A Reply