ସ୍ୱାମୀ ସ୍ତ୍ରୀ ବିବାଦର ଚରମ ରୂପ : ୭୦ ବର୍ଷୀୟ ବୃଦ୍ଧ, ବୃଦ୍ଧା ପତ୍ନୀଙ୍କୁ କଟୁରୀରେ ହାଣି ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ
କେନ୍ଦ୍ରାପଡା : ସ୍ୱାମୀ -ସ୍ତ୍ରୀ ବିବାଦ ଚରମ ସୀମାରେ ପହଁଚିବା ପରେ ଜୈନିକ ୭୦ ବର୍ଷୀୟ ବୃଦ୍ଧ ତାର ବୃଦ୍ଧା ପତ୍ନୀଙ୍କୁ କଟୁରୀରେ ହାଣି ହତ୍ୟା ପରେ ମାନସିକ ଭାରସ୍ୟାମ ହରାଇ ଅତ୍ମ ହତ୍ୟା ଉଦ୍ୟମ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମର ଜଝେନ୍ଦ୍ର ମଲ୍ଲିକ ତାଙ୍କ ବୃଦ୍ଧା ପତ୍ନୀ ଘୁ୍ଙ୍ଗୁରୀ ମଲ୍ଲିକଙ୍କ ସହିତ ସବୁବେଳେ ଝଗଡା ଲାଗି ରହୁଥିଲା । ତେବେ ସେ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା ।
ଘୁଙ୍ଗୁରୀ ମଶାରୀ ଟାଙ୍ଗି ଶୋଇଥିବା ବେଳେ ଜଝେନ୍ଦ୍ର ଏକ ଧାରୁଆ କଟୁରୀ ନେଇ ବୃଦ୍ଧା ପତ୍ନୀ ଘୁଙ୍ଗୁରୀଙ୍କୁ ବୀଭସô ଭାବେ ହତ୍ୟା କରିଥିଲେ । ପରେ ନିଜର ମାନସିକ ଭାରସ୍ୟାମ ହରାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଜଝେନ୍ଦ୍ରଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ମୁଖ୍ୟ ଚିକିସôାଳୟରେ ଭର୍ତୀ କରାଯାଇଛି । ଅପରପକ୍ଷରେ ଖବର ପାଇ ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଁଚି ଘୁଙ୍ଗୁରୀର ଶବ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବାର ଜଣା ପଡିଛି ।