Odisha news

ରେସ୍ୱା ସ୍ୱଳ୍ପ ରହଣୀ କେନ୍ଦ୍ରରେ ପ୍ରେମୀ ଯୁଗଳଙ୍କ ବିବାହ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଂଚଳ ମନକରପୁର ରେ ଥିବା ରେସ୍ୱା ସ୍ୱଳ୍ପ ରହଣୀ କେନ୍ଦ୍ରରେ ସୋମବାର ପ୍ରେମୀ ଯୁଗଳଙ୍କ ମଧ୍ୟରେ ବିବାହ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷରୁ ଉଦ୍ଧ୍ୱର୍ ହେବ କେନ୍ଦ୍ରାପଡା ପୈ÷ାରାଂଚଳର ଏହି ପ୍ରେମୀ ଯୁଗଳ ପରସ୍ପର ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ । ସୂଚନା ମୁତାବକ କେନ୍ଦ୍ରାପଡା ପୈ÷ାରାଂଚଳର ଅଚୁ୍ୟତପୁର ଗ୍ରାମର ସ୍ୱର୍ଗତଃ ନେତ୍ରାନନ୍ଦ ବେହେରା ଓ ବବିନା ବେହେରାଙ୍କ ଝିଅ ଗାୟତ୍ରୀ ବେହେରା ଙ୍କ ସହ ନିକଟସ୍ଥ କମାର ଖଣ୍ଡି ଗ୍ରାମର ସୁରେନ୍ଦ୍ର କୁମାର ବେହେରାଙ୍କ ପୁଅ ଲିଟୁନା ବେହେରାଙ୍କ ସହ ଦେଖା ସାକ୍ଷାତ ଓ ପରେ ପ୍ରେମ ସଂପର୍କ ଗଢି ଉଠିଥିଲା ।

୨ ଜଣଙ୍କ ଘର ପାଖାପାଖି ଥିବାରୁ ପରସ୍ପର ର ଭାବ ବିନିମୟ ବଢିଯାଇ ପ୍ରେମ ସଂପର୍କ ଗଭୀର ହେବା ପରେ ୨୦୧୯ ମସିହାରେ ଉଭୟ ଘର ଛାଡି ପଳାଇଥିଲେ । ତେବେ ପରେ ଗାୟତ୍ରୀଙ୍କୁ ଉଦ୍ଦାର କରାଯାଇ ରେସ୍ୱା ସ୍ୱଳ୍ପ ରହଣୀ କେନ୍ଦ୍ରରେ ରଖା ଯାଇଥିଲା । ଗାୟତ୍ରୀ ନାବାଳିକା ଥିବାରୁ ବିବାହ ଅସମ୍ଭବ ଜାଣି ମଧ୍ୟ ଲିଟୁନା ବିବାହ ପାଇଁ  ଜିଦି ଧରିଥିଲେ । ତେବେ ପ୍ରାପ୍ତ ବୟସ୍କ ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଉଭୟ ପରିବାର ସହମତି ହୋଇଥିଲେ । ଲକ ଡାଉନ କଟକଣା ଥିବାରୁ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ସୋମବାର ବିବାହ ଅନୁଷ୍ଠିତ ହୋଇଥିଲା । ଏଥିରେ କନ୍ୟାପିତା ଭାବେ ସ୍ୱଳ୍ପ ରହଣୀ କେନ୍ଦ୍ରର ନିଦେ୍ର୍ଦଶକ ଲିୟାକତ ହୁସେନ କନ୍ୟାଦାନ କରିଥିବା ବେଳେ ବରପିତା ଭାବେ ଶ୍ରୀତମ ବେହେରା ବିବାହ କାଯ୍ୟ ସଂପାଦନ କରିଥିଲେ ।

ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା କେନ୍ଦ୍ରର ପରିଚାଳିକା ମିନତୀ ମହାରଣା ଏହି ବିବାହ ସ୍ୱଳ୍ପ ରହଣୀ କେନ୍ଦ୍ରର ଅନ୍ୟ ଅନ୍ତେବାସୀ ମାନଙ୍କ ସହଯୋଗରେ ଉସôାହର ସହ ଅନୁଷ୍ଠିତ ହୋଇଥିଲା । ସି ଡବ୍ଲୁ ସି ର ଚେୟାରମ୍ୟାନ ଭଗବତୀ ପ୍ରସାଦ ଦାସ, ସଦସ୍ୟା ସ୍ମୀତାଞ୍ଜଳୀ ମହାପାତ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ, ବାଦଲ ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି ନବ ଦମ୍ପତିକୁ ଆଶୀର୍ବାଦ ଦେଇଥିଲେ ।

Nalco

Leave A Reply