ଜଗତସିଂହପୁର :ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୬ ଦଫା ଦାବୀ ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଉପବାସରେ ସହିତ ଗଣ ଧାରଣା ଦେଇଥିଲେ ।ରାଜ୍ୟ ସହ ସଂଯୋଜକ ରଶ୍ମୀ ରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଚାଷୀମାନେ କୋଭିଡ-୧୯ କଟକଣାକୁ ମାନି ସଂଗଠନ ପକ୍ଷରୁ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୁରତା ରକ୍ଷା କରି ଧାରଣାରେ ବସିଥିଲେ ।ଚାଷୀମାନଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ,ଚାଷମାନଙ୍କ ଭୁସଂସ୍କାର ସହ ଉତ୍ପାଦକ ଓ ତାର ଉପେଯାଗିତା ନିମନ୍ତେ ଉପଯୁକ୍ତ ଭିତ୍ତିଭୁମିର ବିକାଶ କରିବା ପାଇଁ ଦାବୀ ରଖିଥିଲେ ।
ଏହା ସହିତ ଅଦିନିଆ ବର୍ଷାରେ ମୁଗ,ବିରି,ଆଖୁ,ପାନ ଓ ବିଭିନ୍ନ ପନିପରିବା ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନଙ୍କୁ କ୍ଷତିପୁରଣ ପ୍ରଦାନ କରିବା,ଚାଷୀମାନଙ୍କ ଠାରୁ ସଠିକ ସମୟରେ ଧାନ ସଂଗ୍ରହ କରିବା,ଧାନ କୁଇଣ୍ଟାଲର ଉତ୍ପାଦକ ମୁଲ୍ୟ ୨୩୪୪ ଓ ବିକ୍ରି ମୁଲ୍ୟ ୨୯୩୦ଟଙ୍କା କରିବା,ଚାହୀକୁ ବୋନସ ପ୍ରଦାନ କରିବା,କୋଭିଡ-୧୯ରେ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକ ଚାହୀ ପରିବାରକୁ ମାସିକ ୫ ହଜାର ଟଙ୍କା ସୁରକ୍ଷା ଭତ୍ତା ପ୍ରଦାନ କରିବା,ମାଙ୍କଡ,ଷଣ୍ଢ,ହରିଣ ଉପଦ୍ରବରୁ ଚାଷ ପାଇଁ ଆଶୁ ପଦକ୍ଷେପ ଗ୍ରହଣ କରିବା,ଜୁନ ମାସ ଶେଷ ସପ୍ତାହ ବେଳକୁ ଚାଷୀର ବିଲକୁ ଜଳସେଚନର ସୁବିଧା କରାଇବା,ଡ୍ରେନେଜ ସୁବିଧା କରାଇବା,ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ,ଦୁଗ୍ଧ ଗୁଣ୍ଢ କାରଖାନା ପ୍ରତିଷ୍ଠା,ଚାଷ ଭିତ୍ତିକ ବହୁମୁଖୀ ପ୍ରକଳ୍ପ ପ୍ରତିଷ୍ଠା ଆଦି ବିଭିନ୍ନ ଦାବୀ ନେଇ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଧାନ,ମୁଗ,ପାନ,ବାଦାମ,ନଡିଆ,ଦୁଗ୍ଧ ଆଦି ଚାହୀମାନେ ଉପସ୍ଥିତ ରହି ଧାରଣାରେ ସାମିଲ ହୋଇଥିଲେ ।ଏହି ଧାରଣାରେ ରାଜ୍ୟ କମିଟି ସଦସ୍ୟ ଦେବୀ ପ୍ରସାଦ ମହାରଣା,ଜିଲ୍ଲା ସଂଯୋଜକ ଦୁର୍ଗା ଚରଣ ସ୍ୱାଇଁ,ଉପଦେଷ୍ଟା ବଂଶୀଧର ପଟ୍ଟନାୟକ,ନିତ୍ୟାନନ୍ଦ ପଣ୍ଡା,ଭୁବନାନନ୍ଦ ନାୟକ,ଗୁଣନିଧୀ ସ୍ୱାଇଁ,ଶରତ ଚନ୍ଦ୍ର ମହାପାତ୍ର,ଅଜୟ ସ୍ୱାଇଁ,ପ୍ରଫୁଲ୍ଲ ବାରକ,କୈଳାସ ସ୍ୱାଇଁ,ଗୋବିନ୍ଦ ସାହୁ,ନିରଞ୍ଜନ ନାୟକ,ବେଣୁଧର ବେହେରା,ବିନୋଦ ସ୍ୱାଇଁ,ବୈରାଗୀ ସାହୁ ପ୍ରମୁଖ ଶତାଧୀକ ଚାଷୀ ସାମିଲ ହୋଇଥିଲେ ।