Odisha news

ଜଗତସିଂହପୁର : ରଘୁନାଥପୁର ସିଏଚସି ପକ୍ଷରୁ ଜୟଶୋଳ ହାଇସ୍କୁଲ ଠାରେ ଆରଟି-ପିସିଆର ସ୍ୱାବ କଲେକସନ କ୍ୟାମ୍ପ

0

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାକୁ ଫେରିଥିବା ପ୍ରବାସିମାନଙ୍କ ଠାରୁ ୮ ଜୁନ ପର୍ଯ୍ୟନ୍ତ ମୋଟ ୫୪୬୯ ସ୍ୱାବ ସଂଗ୍ରହ କରାଯାଇଛି ।ସେଥିରୁ ୪୯୭୦ ଟି ନେଗେଟିଭ ହୋଇଥିବା ବେଳେ ୮୯ ପଜିଟିଭ ରହିଛି  ।ଆଜି ପୁଣି ୧୨୮ଟି ନମୁନା ସଂଗ୍ରହ କରାଯାଇଥିବା ବେଳେ ମୋଟ ୪୧୦ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ଏହା ସହିତ ଆଜି ସୁଦ୍ଧା ଜିଲ୍ଲାରେ ୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୨ ଜଣ ଆକ୍ଟିଭ କେଶ ରହିଛି ।

ସେହିପରି ରଘୁନାଥପୁର ସିଏଚସି ପକ୍ଷରୁ ଜୟଶୋଳ ହାଇସ୍କୁଲ ଠାରେ ଆରଟି-ପିସିଆର ସ୍ୱାବ କଲେକସନ କ୍ୟାମ୍ପ କରାଯାଇଥିଲା ।ଏହି କ୍ୟାମ୍ପରେ ମୋଟ ୨୯ ଟି ସ୍ୱାବ କଲେକସନ କରାଯାଇଥିଲା ।ଏମାନେ ପଶ୍ଚିମବଙ୍ଗ,ମହାରାଷ୍ଟ୍ର,ତାମିଲନାଡୁ,ତେଲେଙ୍ଗାନା,ଦିଲ୍ଲୀ,ସୁରତ,ମଧ୍ୟ ପ୍ରଦେଶ ଆଦି ଅଞ୍ଚଳରୁ ଫେରିଥିବା ଜଣାଯାଇଛି । ଏହା ସହିତ ସଂପୃକ୍ତ ଅଞ୍ଚଳରେ ବାହାରି ଥିବା ଜଣେ ଡ୍ରାଇଭରଙ୍କ କରୋନା ପଜିଟିଭ କେଶର କଣ୍ଟାକ୍ଟ ଟ୍ରେସିଂ ଓ ପରିବାର ଲୋକଙ୍କ ନମୁନା ନିଆଯାାଇ ପରୀକ୍ଷା ପାଇଁ ପଟା୍ାଇଥିବା ବେଳେ ତାହା ଆଜି ନେଗେଟିଭ ରିପୋର୍ଟ ଆସିଛି ।ଏହି କ୍ୟାମ୍ପରେ ରଘୁନାଥପୁର ସିଏଚସିର ମେଡିକାଲ ଅଫିସର ତଥା ଅରଗାନାଜିଂ ଅଫିସର ଡାକ୍ତର ପ୍ରଭାସ ଚନ୍ଦ୍ର ସ୍ୱାଇଁ,ଡାକ୍ତର ଅତିମାନସୀ ବିଶ୍ୱାଳ,ପ୍ରୀୟଙ୍କା ପ୍ରୀୟଦର୍ଶୀନୀ ଉପସ୍ଥିତ ରହି ପ୍ରବାସୀ ମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରିଥିଲେ ।ଏହି କାର୍ଯ୍ୟରେ ଜୟଶୋଳ ପଞ୍ଚାୟତର ସରପଞ୍ଚ ,ପଞ୍ଚାୟତ ନିର୍ବାହୀ ଅଧିକାରି ଉପସ୍ଥିତ ରହିଥିଲେ ।

Nalco

Leave A Reply