Odisha news

ବନ୍ଦେ ଉକିଳ ଜନନୀ ରାଜ୍ୟ ମାନ୍ୟତା ନେଇ କାନ୍ତକବି ମଞ୍ଚ ପକ୍ଷରୁ ମିଠା ବଣ୍ଟନ

0

ଭଦ୍ରକ :କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ “ବନ୍ଦେ ଉକିଳ ଜନନୀ’ରାଜ୍ୟ ସଙ୍ଗୀତର ମାନ୍ୟତା ପାଇବା ପରେ ଆଜି କାନ୍ତକବି ମଞ୍ଚ ପକ୍ଷରୁ ନିଆରା ଢଙ୍ଗରେ ଏହାକୁ ପାଳନ କରାଯାଇଛି । କାନ୍ତକବି ମଞ୍ଚ ପକ୍ଷରୁ ସାଳନ୍ଦୀ ବାଇପାସ ଛକ ଠାରେ ସାମାଜିକ ଦୂରତା ରକ୍ଷା କରି ଖୁସିରେ ପରସ୍ପର ମଧ୍ୟରେ ମିଠା ବଣ୍ଟା ଯାଇଥିଲା । ତେବେ ପୂର୍ବରୁ ଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସେଠାରେ ନଥିବାରୁ ଏହି ସ୍ମରଣୀୟ ମୂହୁର୍ତ୍ତରେ କବିଙ୍କ ଫୁଲମାଳାଟିଏ ପିନ୍ଧାଇବାରୁ ବଞ୍ଚିତ ହୋଇଥିବା ଭଦ୍ରକବାସୀମାନେ ଆଜି ଖୁବ୍‍ ଦୁଃଖିତ ବୋଲି ଉପସ୍ଥିତ ମଞ୍ଚ କାର୍ଯ୍ୟକତ୍ତ୍‍ାମାନେ ମତପ୍ରକାଶ କରିଥିଲେ ।

କାନ୍ତକବି ମଞ୍ଚର ସଦସ୍ୟମାନଙ୍କ ମଧ୍ୟରେ ଦୁଃଖ ପ୍ରକାଶ କରିଥିଲେ । କାନ୍ତକବି ମଞ୍ଚ ର ଆବାହକ ଲକ୍ଷ୍ମୀଧର ବିଶ୍ୱାଳ ୮ଦଫା ଦାବି ଉପସ୍ଥାପନା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନୂଆ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ସମୟ ଲାଗିବ, ଏଣୁ ପ୍ରଶାସନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ପୂର୍ବ ପ୍ରତିମୂର୍ତ୍ତିକୁ ପୁନଃ ପ୍ରତିଷ୍ଠା କରିବାକୁ ଦାବି ଦୋହରାଇଥିଲେ । ସେହିପରି ଆଜି ପ୍ରଶାସନ ନିର୍ଦ୍ଦେଶରେ ପୌରପାଳିକା ପକ୍ଷରୁ କାନ୍ତକବିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନେଇ ସ୍ଥାନ ନିରୂପଣ କାର୍ଯ୍ୟ ଜାରି ରହିଥିବା ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ମନୋରମା ଭୂୟାଁ ଟ୍ୱିଇଟ୍‍ ଯୋଗେ କାନ୍ତକବି ମଞ୍ଚକୁ ସୂଚନା ପ୍ରଦାନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମଞ୍ଚର ସଂଯୋଜକ ସୁଦାମ ଭୋଇ, ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ଡ.ରାଧାରାଣୀ ମହାପାତ୍ର, ସମାଜସେବୀ ଅଜୟ ନାୟକ, ଡାକ୍ତର ପ୍ରଦୀପ ନାୟକ, ପ୍ରକାଶ ସ୍ୱାଇଁ, ସ୍ୱାଧୀନ ସୁନ୍ଦର ଦାସ, ଗୌତମ ମହାରଣା ଓ ଗାଁ ସାଥୀ ସଂଘର ଜିଲ୍ଲା ସଭାପତି ପ୍ରମୋଦ ସାମଲ ପ୍ରମୁଖ ଯୋଗଦେଇଥିଲେ ।

Leave A Reply