Odisha news

ଜେଲରେ ମାଦକଦ୍ରବ୍ୟ ଭିଡିଓ ଭାଇରାଲ : ୩ ଓାର୍ଡରଙ୍କ ବଦଳି,ରେକଡିଂ ଜେଲ ଭିତରେ ହୋଇଛି – ଏସପି

0

ଖୋର୍ଦ୍ଧା : ଖୋର୍ଦ୍ଧା ସବ୍-ଜେଲରେ ଖୁଲାମଖୋଲା ଚାଲିଥିଲା ନିଶାକାରବାର ।ଏ ସମ୍ପକୀତ ଭିଡ଼ିଓ ଭାଇରାଲ  ଘଟଣାରେଏହାର ଠୋସ ପ୍ରମାଣ ଜିଲ୍ଲା ପୁଲିସ ହାତରେ ଲାଗିଛି । ଖୋର୍ଦ୍ଧା ସବ-ଜେଲର ୫ନମ୍ବର ସେଲରେ ଏ ଭିଡ଼ିଓ ହୋଇଥିବା ନେଇ ଆଜି ଏସପି ଅଜୟ ପ୍ରତାପ ସ୍ୱାଇଁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।ସେହିପରି  ଜେଲରେ ନିଶାକାରବାର ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ସରକାର କାର୍ଯ୍ୟନୁଷ୍ଠାନ ନେଇଥିବା ଜଣାଯାଇଛି ।ସବ-ଜେଲର ୩ ଜଣ ୱାଡନଙ୍କୁ ବଦଳି କରାଯାିଥିବା ଜଣାଯାଇଛି ।

ସୂଚନା ଅନୁସାରେ, ଖୋର୍ଦ୍ଧା ଜେଲରେ ଧଳା ଜହର ଓ ମାଦ୍ରକ୍ୟ ଦ୍ରବ୍ୟ କାରବାର ଚାଲିଥିବା ସଂକ୍ରାନ୍ତରେ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଅଢେଇ ମାସ ହେବ ଯୋଗଦେଇଥିବା ଜେଲ ଅଧିକ୍ଷକ ଖୋର୍ଦ୍ଧା ଆର୍ଦଶ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଏହି ଅଭିଯୋଗ ପାଇବା ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ପ୍ରଶାସନ ଓ ପୁଲିସ ମିଳିତଭାବେ ଜେଲ ଭିତରକୁ ଯାଇ ତଦନ୍ତ କରିଥିଲେ । କିନ୍ତୁ କେଉଁଠାରୁ, କାହା ପାଖରୁ ଧଳା ଜହର ଓ ମାଦକ ଦ୍ରବ୍ୟ ପାଇନଥିଲେ । କେବଳ ମିଳିଥିଲା ଗୋଟିଏ ଚାର୍ଜର, ବିଡି, ଗୁଟଖା, ସିଗାରେଟ, ଖଇନି ପ୍ରଭୃତି । ତେବେ ଏହି ଘଟଣା ତଦନ୍ତ ଚାଲୁ ରହିଥିଲା ।

ଏହି ତଦନ୍ତରେ ଆଜି ,ସପି ଅଜେୟ ପ୍ରତାପ ସ୍ୱାଇଁଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହି ଭିଡିଓ ଭାଇରାଲ ଖୋର୍ଦ୍ଧା ଜେଲ ପରିସର ୫ ନଂଓାର୍ଡ ଭିତରେ କାରବାର ହୋଇଥିବା ଜଣାଯାଇଛି । କିନ୍ତୁ ଏହି ଭିଡିଓ ଭାଇରାଲ କେଉଁ ଦିନର ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ତାହା ତଦନ୍ତ ଚାଲିଛି, ତଦନ୍ତରୁ ଜଣାପଡିବ ଭିଡିଓ ଭାଇରାଲ କେଉଁ ଦିନର, କେଉଁ ସମୟରେ ହୋଇଥିଲା ,କିଏ ଏହି ଭାଇରାଲ କରିଥିଲା ଜଣାପଡିଯିବ ବୋଲି କହିଛନ୍ତି । ତେବେ ଅନ୍ୟ ପଟେ ପୂର୍ବରୁ ଚାଲିଥିବା ଏହି ମାଦକ ଦ୍ରବ୍ୟ କାରବାର ଘଟଣାରେ ନୂତନ ଭାବେ ଯୋଗଦେଇଥିବା ଜେଲ ଅଧିକ୍ଷକଙ୍କ ରିପୋର୍ଟ ଅନୁଯାୟୀ ଆଜି ମୁଖ୍ୟ ଓାର୍ଡର ସମେତ ୩ ଜଣ ଓାର୍ଡରଙ୍କୁଏଠାରୁ ଅନ୍ୟତ୍ର ବଦଳି କରାଯାଇଛି  ।

Leave A Reply