Odisha news

ଦାଦନ ଆଣିଦେବ କରୋନା ବିପତ୍ତି

0

ରାୟଗଡା,- ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ଆଣିଦେବେ କରୋନା ବିପତ୍ତି । ରାତିପାହିଲେ ବିଭିନ୍ନ ଟ୍ରେନଯୋଗେ ରାୟଗଡା ଜିଲାରୁ କେରଳ ପର୍ଯ୍ୟନ୍ତ ଦାଦନର ସୁଅ ଛୁଟିଥିବା ବେଳେ ପ୍ରତ୍ୟେକ ଦିନ ଶହଶହ ଶ୍ରମିକ ଦାଦନ ଖଟି ନିଜ ଗାଁକୁ ଫେରୁଛନ୍ତି । ଭାରତବର୍ଷରେ ବର୍ତ୍ତମାନ କେରଳ ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଉଥିବା ବେଳେ ସେହି କେରଳରୁ ଦାଦନ ଖଟି ଫେରୁଥିବା ଶ୍ରମିକଙ୍କ ଦେହରେ କାଳେ କରୋନା ଭୂତାଣୁ ରହିଥିବା ଆଉ ରାୟଗଡା ଜିଲାରେୁ ସଙ୍କ୍ରମଣ ହୋଇଯିବ ଏହାକୁ ନେଇ ରାୟଗଡା ଜିଲାବାସୀ ଆତଙ୍କିତ ହୋଇ ଦିନ କାଟୁଛନ୍ତି ।
କେରଳରେ କରୋନାକୁ ନେଇ ସାରା ଭାରତବର୍ଷର ନଜର କେନ୍ଦ୍ରୀଭୂତ । କେରଳରେ ସର୍ବାଧିକ ବ୍ୟକ୍ତିଙ୍କ ଠାରେ କରୋନା ସଙ୍କ୍ରମଣ ହୋଇଥିବା କୁହାଯାଉଛି । ତେବେ ରାୟଗଡା ଜିଲାରୁ ସର୍ବାଧିକ ଶ୍ରମିକ କେରଳକୁ ଦାଦନ ଖଟିବାକୁ ଯାଇିଥାନ୍ତି । ଦକ୍ଷିଣ ଓଡିଶାର ରାୟଗଡା ଜିଲାରୁ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନକୁ ଦାଦନର ସୁଅ ଛୁଟିଛି । ମୁଖ୍ୟତ କେରଳରେ ଦିନପିଛା ଅଧିକ ମଜୁରୀ ଦିଆଯାଉଥିବା ବେଳେ ଶ୍ରମିକଙ୍କ ପ୍ରଥମ ପସନ୍ଦ ହୋଉଛି କେରଳ ରାଜ୍ୟ । ସେଠାରେ ଶ୍ରମିକ ମାନେ ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ବିଭିନ୍ନ କାରଖାନା ମାନଙ୍କରେ ପାୟ ୫୦୦୦ରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଥିବାର ନଜିର ରହିଛି । ଆଉ ରାୟଗଡାକୁ କେରଳ ସହ ଯୋଡିରଖିଥିବା ଟାଟାନଗର ଆଲେପି ଟ୍ରେନରେ ଶହଶହ ଦାଦନ ଶ୍ରମିକ ନିଜ ଘରକୁ ପ୍ରତ୍ୟେକ ଦିନ ଫେରିଥାନ୍ତି । ଆଉ ଏହି ଶ୍ରମିକଙ୍କ ଦେହରେ କରୋନା ସଙ୍କ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଜଣାପଡିଛି । ଏହି ଶ୍ରମିକ ମାନେ ରାୟଗଡା, ସିଙ୍ଗାପୁରରୋଡ, ମୁନିଗୁଡା, ବିଷମକଟକ ଆଦି ଷ୍ଟେସନରେ ଓହ୍ଲାଇ ନିଜ ଘରକୁ ଯାଇଥାନ୍ତି । ତେବେ କେତେ ସଂଖ୍ୟକ ଶ୍ରମିକ କେରଳରେ ଅଛନ୍ତି ଆଉ ପ୍ରତ୍ୟେକ ଦିନ କିଏ ଫେରୁଛନ୍ତି ତାହାର ହିସାବ ପ୍ରଶାସନ ପାଖରେ ନାହିଁ । ତେବେ ସଚେତନତାର ଆଭାବ । ଦାଦନରୁ ଫେରୁଥିବା ଶ୍ରମିକ କେତେ ସୁରକ୍ଷିତ ଅବସ୍ଥାରେ ଫେରିଛନ୍ତି ତାହାର ତର୍ଜମା କରାଯଉନାହିଁ କି ରେଳ ଷ୍ଟେସନରେ ସେମାନଙ୍କର ପରିକ୍ଷା ନିରିକ୍ଷା ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ । ତେଣୁ ଫେରୁଥିବା ଶ୍ରମିକଙ୍କୁ ନେଇ ସାରା ଜିଲାବାସୀ ଆଶା ଓ ଆଶଙ୍କା ଭିତରେ ଦିନ କାଟୁଛନ୍ତି ବୋଲି ଓଡ଼ିଶା ଆଦିବାସୀ ମଞ୍ଚ ଆବାହକ ଶ୍ରୀମତୀ ବିଦୁଲତା ହୁଇକା କହିଛନ୍ତି । ତବେ ଜିଲା ପ୍ରଶାସନ କରୋନାର ମୁକାବଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଥିବା ଜିଲା ମୁଖ୍ୟଚିକିତ୍ସାଅଧିକାରୀ ଡଃ ଆର୍ତବନ୍ଧୁ ନାୟକ କହିଛନ୍ତି । କେରଳରୁ ଦାଦନ ଖଟି ବହୁ ଶ୍ରମିକ ଫେରିଥାନ୍ତି । ଗ୍ରାମାଞ୍ଚଳରେ କାର୍ଯ୍ୟକରୁଥିବା ଅଙ୍ଗନବାଡି ଆଶାକର୍ମୀଙ୍କ ଜରିଆର ତଥ୍ୟ ସଂଗ୍ରହ କରି ସେମାନଙ୍କର ପରିକ୍ଷା ନିରିକ୍ଷା ପାଇଁ ସମସ୍ତ ପ୍ରସ୍ତୁତି କରାଯଇଥିବା ସେ କହିଛନ୍ତି ।

Leave A Reply