Odisha news

କଣ୍ଟାପଡ଼ା : ବ୍ରାହ୍ମଣସାଇଲୋ ଓ ଅଲିଙ୍ଗିରେ କରୋନା ସଚେତନତା କାର୍ଯ୍ୟକ୍ରମ

0

କଣ୍ଟାପଡ଼ା : କଣ୍ଟାପଡ଼ା ବ୍ଲକ ଅଧିନ ବ୍ରାହ୍ମଣସାଇଲୋ ଓ ଅଲିଙ୍ଗି ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ବ୍ରାହ୍ମଣସାଇଲୋ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଏକ ଶୋଭାଯାତ୍ରା ବାହାରି ଗ୍ରାମ ଓ ସାହି ପରିକ୍ରମା କରିଥିଲା । ଏଥିରେ ଆଶା, ଅଙ୍ଗନବାଡ଼ି କର୍ମୀ ଓ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସମେତ ସାମାଜିକ ସଂଗଠନ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । ସେହିପରି ଅଲିଙ୍ଗି ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉଭୟ କାର୍ଯ୍ୟକ୍ରମକୁ ବଡ଼ବିଲ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଦର୍ଶକ ଗଜେନ୍ଦ୍ର ବର୍ଦ୍ଧନ ଆନୁଷ୍ଠାନିକଭାବେ ଉଦଘାଟନ କରି ସର୍ବଦା ମାସ୍କ ବ୍ୟବହାର କରିବା, ପରସ୍ପରଠାରୁ ଅନୁ୍ୟନ ଏକ ମିଟର ଦୂରତା ରକ୍ଷା କରିବା, ବାରମ୍ବାର ସାବୁନରେ ହାତ ଧୋଇବା, ଛିଙ୍କ, କାଶ ହେଲେ ମୁହଁକୁ ରୁମାଲରେ ବନ୍ଦ ରଖିବା, ମୁହଁ, ଆଖି ଓ ନାକକୁ ସ୍ପର୍ଶ ନକରିବା ଆଦି ବିଷୟରେ ଅବଗତ କରାଇଥିଲେ । ସଚଳା ବିଶ୍ୱାଳ, ପ୍ରିୟଲକ୍ଷ୍ମୀ ମହାନ୍ତି, ସତ୍ୟଭାମା ମହାନ୍ତି, ନିବେଦିତା ମଲିକ, ମମତା ଦାସ, ସଂଗୀତା ଦାସ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲାବେଳେ ଅନ୍ୟ ସଦସ୍ୟାମାନେ ଏଥିରେ ସହଯୋଗ କରିଥିଲେ ।

Leave A Reply