Odisha news

କହ୍ନେୟା କୁମାରଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା ରୁଜ୍ଜୁ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଦେଲେ ଅନୁମତି

0

ନୂଆଦିଲ୍ଲୀ: ବାମପନ୍ଥୀ ନେତା ତଥା ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା ରୁଜ୍ଜୁ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅନୁମତି ପ୍ରଦାନ କରିଛନ୍ତି। ୨୦୧୬ର ଏକ ମାମଲାରେ ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ତତ୍କାଳୀନ ସଭାପତି କହ୍ନେୟା କୁମାରଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା ରୁଜ୍ଜୁ କରାଯିବ ନା ନାହିଁ, ସେ ସଂପର୍କରେ ଖୁବ୍‌ଶୀଘ୍ର ନିଜର ନିଷ୍ପତ୍ତି ଘୋଷଣା କରିବାକୁ କହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ୯ ଦିନପରେ ଆଜି ସନ୍ଧ୍ୟାରେ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୨ରେ ହୋଇଥିବା ସଂସଦ ଆକ୍ରମଣ ଘଟଣାରେ ମୁଖ୍ୟ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା କୁଖ୍ୟାତ ଆତଙ୍କବାଦୀ ଆଫଜଲ ଗୁରୁକୁ ସମର୍ଥନ କରିବା ସହ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ରାଷ୍ଟ୍ର ବିରୋଧରେ ୨୦୧୬ରେ ନାରା ଦେଇଥିଲେ ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ତତ୍କାଳୀନ ସଭାପତି କହ୍ନେୟା କୁମାର। ଏହି ମାମଲାରେ ଦିଲ୍ଲୀ ପୁଲିସ୍‌ ତାଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା ଆଗତ କରିଥିଲା। ହେଲେ, ଏଥିପାଇଁ ଅନୁମତି ଦେଉ ନଥିଲେ ଦିଲ୍ଲୀର କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ ଆପ୍‌ ସରକାର।

News Nation

ଗତ ୧୯ ତାରିଖରେ ଦିଲ୍ଲୀର ଏକ ଅଦାଲତ ଏହି ମାମଲାର ଶୁଣାଣି କରି ଦିିଲ୍ଲୀ ସରକାରଙ୍କୁ ମାମଲା ଆଗତ ପାଇଁ ଅନୁମତି ମାଗି ଏକ ‘ରିମାଇଣ୍ଡର’ ପଠାଇବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଅପ୍ରେଲ ୩ ତାରିଖକୁ ଧାର୍ଯ୍ୟ କରିଥିଲେ। ଏହି ଘଟଣା ପରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା ରୁଜ୍ଜୁ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ସନ୍ଧ୍ୟାରେ ଦିଲ୍ଲୀ ପୁଲିସ୍‌କୁ ବିଧିବଦ୍ଧ ଅନୁମତି ପ୍ରଦାନ କରିଥିବା ଜାଣିବାକୁ ମିଳିଛି।

Leave A Reply