Odisha news

ଫୋକସ୍‌ ଷ୍ଟେଟ୍‌ ଦାବି କଲେ ନବୀନ

0

ଭୁବନେଶ୍ୱର,୨୮ା୨ : ଲଗାତର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଓଡ଼ିଶା । ତେଣୁ ଏହାକୁ ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲୋକସେବା ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ଏପରି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିଲାଗି ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍‌ ପାଇଁ ମଧ୍ୟ ଦାବି କରିଛନ୍ତି ।ଏହାବାଦ ବ୍ୟାଙ୍କ, ଟେଲି ଯୋଗାଯୋଗ, ରେଲେୱ ଏବଂ ସଡ଼କର ବିକାଶ ପ୍ରସଙ୍ଗ ମଧ୍ୟ ଦାବି ସମ୍ପର୍କରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ହାର ସ୍ତରକୁ ଆଣିବାକୁ ହେଲେ ଅଧିକ କେନ୍ଦ୍ରୀୟ ଅନୁଦାନ ଆବଶ୍ୟକ । ଏହି ସମସ୍ତ କ୍ଷେତ୍ରରେ କେନ୍ଦ୍ର ଦେଉଥିବା ଅନୁଦାନକୁ ଦୁଇଗୁଣା କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୨ ପରଠାରୁ କୋଇଲା ରୟାଲଟି ବ୍ୟବସ୍ଥାରେ ସଂଶୋଧନ ହୋଇନାହିଁ । ଏହା ସଂଶୋଧନ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ଏଥିସହ କୋଇଲା ଉତ୍ତୋଳନ କ୍ଷେତ୍ରରେ ମଧ୍ୟ ଅଧିକ ରୟାଲଟି ଦାବି କରିଛନ୍ତି । ଏହି ସମସ୍ତ ଦାବି ସହ ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ପ୍ରଦାନରେ ବିଳମ୍ବ, ଧାନ କିଣାରେ ସବସିଡି ନଦେବା, ରେଲେୱ ପ୍ରକଳ୍ପର ବିକାଶ ନେଇ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି । ଏହି ବୈଠକରେ ପଶ୍ଚିମବଙ୍ଗ ଓ ବିହାର ମୁଖ୍ୟମନ୍ତ୍ରୀଙ୍କ ସମେତ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ଯୋଗ ଦେଇଛନ୍ତି ।କୋଇଲା ଉପରେ ରୟାଲଟି ସଂଶୋଧନ କରିବାର ଏକ ଜରୁରୀ ଆବଶ୍ୟକତା ଅଛି । ସ୍ୱଚ୍ଛ ଶକ୍ତି ସେସର ଆୟକୁ ରାଜ୍ୟ ସରକାରଙ୍କ ସହ ବାଣ୍ଟିବା ପାଇଁ ଗୁରୁତ୍ୱରୋପ କଲେ ନବୀନ ।

Leave A Reply