Odisha news

କନ୍ଧମାଳ ଜିଲା ବିଲାମାଳ ପଂଚାୟତର ମୁଣ୍ଡି୍ରଖୋଲକୁ ରାସ୍ତା ନାହିଁ : ୬ କିମି ବାଟ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚରରେ ବୋହିଲେ ଗର୍ଭବତୀଙ୍କୁ

0

ଫୁଲବାଣୀ : ସ୍ୱାଧିନତାର ୭୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ଅନେକ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଥିବା ଗ୍ରାମ ଗୁଡ଼ିକର ଆଜି ପର୍ଯ୍ୟନ୍ତ ଉନ୍ନତି ହୋଇନଥିବା ବେଳେ ଗ୍ରାମକୁ ଗୁଡ଼ିକୁ ସଂଯୋଗ କରିବା ନିମନ୍ତେ ଭଲ ରାସ୍ତାଟିଏ ନାହିଁ । ଗାଁ କୁ  ରାସ୍ତା ନଥିବା ଯୋଗୁଁ  ମୁଖ୍ୟତଃ ଜରୁରୀକାଳୀନ ରୋଗୀ ସେବାପାଇଁ ଆମ୍ବୁଲାନ୍ସ ଗାଁ ରେ ପହଂଚିପାରୁନଥିବା ଯୋଗୁଁ ବିଶେଷ କରି  ଗର୍ଭବତୀଙ୍କୁ କେତେବେଳେ ଭାରରେ ବୁହା ହେଉଛନ୍ତି ତ କେତେବେଳେ ଖଟିଆରେ ବୋହି ନେଉଥିବା ଦେଖିବାକୁ ମିଳୁଛି ।

କିଏ ରାସ୍ତାରେ ପ୍ରସବ କରୁଛି ତ କିଏ ଜଙ୍ଗଲ ପାହାଡ଼ରେ ପ୍ରସବ କରୁଥିବା ଭଳି ଜନନୀ ଯନ୍ତ୍ରଣା ଘଟଣା ସାମ୍ନାକୁ ଆସୁଛି  । ତେବେ ଶନିବାର ଆମ୍ବୁଲାନ୍ସ ଗ୍ରାମରେ ପହଂଚିପାରିନଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଗାଁକୁ  ୬କିଲୋମିଟର ଦୁର ଗର୍ଭବତୀଙ୍କ  ଗ୍ରାମକୁ ଚାଲିଚାଲି ଯାଇ ଜଣେ ସେହି ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆଣିଥିବା ଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବିଲାମାଳ ପଂଚାୟତ ମୁଣ୍ଡୁରିିଖୋଲା ଗ୍ରାମରେ । ଆମ୍ବୁଲାନ୍ସରେ ଥିବା  କର୍ମଚାରୀ ମାନେ ମହିଳାଜଣଙ୍କୁ ବୋହି ଆଣିବା ପରେ ଆମ୍ବୁଲାନ୍ସରେ ନେଇ ତୁମୁଡ଼ିବନ୍ଧ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ ।

ସୂଚନା ପ୍ରକାରେ  ମୁଣ୍ଡୁରିଖୋଲା ଗ୍ରାମର ଡିକଲିମା ମାଝୀ ନାମକ ଜଣେ ମହିଳାଙ୍କ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ଗ୍ରାମର ଆଶାକର୍ମୀ ଆମ୍ବୁଲାନ୍ସ ସେବା ପାଇଁ ଫୋନ କରିଥିଲେ । ତେବେ ଗ୍ରାମକୁ ଜିଲ୍ଲା ଭିତରୁ ଆମ୍ବୁଲାନ୍ସ ଆସିନଥିବା ବେଳେ ରାୟଗଡ଼ା ଜିଲ୍ଲା ଅମ୍ବାଦଳାରୁ ଆମ୍ବୁଲାନ୍ସ ଟି ଆସିଥିଲା । ତେବେ  ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମଠାରୁ ୬କିଲୋମିଟର ଦୂର ସିଲିକୁଡି ଠାରେ ଆମ୍ବୁଲାନ୍ସଟି ଅଟକି ରହିଥିଲା । ତେବେ ଗର୍ଭବତୀ ମହିଳା ଜଣଙ୍କର ପ୍ରସବ ଯନ୍ତ୍ରଣା ବଢ଼ିବାରେ ଲାଗିବାରୁ ଆମ୍ବୁଲାନ୍ସରେ ଥିବା କର୍ମଚାରୀ ମାନେ ଆମ୍ବୁଲାନ୍ସରେ ଥିବାଷ୍ଟ୍ରେଚର ଟିକୁ ସାଥିରେ ନେଇ  ବଣ,ଜଙ୍ଗଲ.ଖାଲ ଢିପ,କାଦୁଅ ଭର୍ତି ପାଦ ଚଲା ରାସ୍ତାରେ ଯାଇ ମୁଣ୍ଡୁରିଖୋଲା ଗ୍ରାମରେ ପହଂଚି ମହିଳା ଜଣଙ୍କୁ ୬କିଲୋମିଟର ଯାଏଁ ଷ୍ଟ୍ରେଚରରେ ବୋହି ସିଲିକୁଡି ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସରେ ମହିଳାଜଣଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିକରାଇଥିଲେ ।

Nalco
Leave A Reply