ଫୁଲବାଣୀ : ଆଜି କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଂଚଳରେ ଥିବା ରତଙ୍ଗ ଗ୍ରାମରେ ଥିବା କାଳୀ ମନ୍ଦିର ନିକଟରେ ଏକ କେନାଲ କଡରେ ଏକ ନବଜାତ ଶିଶୁକନ୍ୟାର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହି ସଂକ୍ରାନ୍ତରେ ଗ୍ରାମବାସୀ ମାନେ ପୋଲିସକୁ ଖବର ଦେବାପରେ ସେଠାରେ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ସେଠାରେ ପହଂଚି ଏକ ଅପମୃତୁ୍ୟ ମାମଲା ୬/୨୦ ରୁ୍ଜ୍ୁ କରି ଶବକୁ ବ୍ୟବଛେଦ କରିବାପରେ ଘଟଣାର ତଦନ୍ତ ଜାରୀ ରଖିଥିବା ଜଣାପଡିଛି ।
ସୁଚନା ଅନୁସାରେ ରତଙ୍ଗରେ ଥିବା କାଳୀ ମନ୍ଦିର ନିକଟରେ ଏକ କେନାଲ କଡରେ ଏହି ନବଜାତ କନ୍ୟା ଶିଶୁଟି ପଡିଥିଲା । ତେବେ ସେହି ଅଂଚଳରେ ବାରମ୍ବାର ଏହି ଭଳି ନବଜାତ ଶିଶୁ କନ୍ୟ ମାନଙ୍କୁ ଫିଙ୍ଗାଯିବା ଘଟଣାକୁ ଅଂଚଳବାସୀ ଘୋର ନିନ୍ଦ କରିଛନ୍ତି । ତେବେ ଏହାକୁ ଏକ ଅବାଂଛିତ ଗର୍ଭର ସନ୍ତାନ କିମ୍ବା ପ୍ରେମ ଜନିତ ବ୍ୟାପାରର ପରିଣାମ ବୋଲି ଲୋକେ ଅନୁମାନ କରୁଛନ୍ତି । ଏହପୁର୍ବରୁ ଫିରିଙ୍ଗିଆ ଡାକ୍ତରଖାନା ପଛପଟରେ ଏକ ନବଜାତ ଶିଶୁ କନ୍ୟକୁ ଜୀବନ୍ତ କେହି ଫିଙ୍ଗିଦେଇଥିବା ଦେଖିବାକୁ ମିଳିଥିଲା । ତେବେ ଏହିଭଳି ଅମଣିଷ ପଣିଆଁର କାର୍ଯ୍ୟ କିଏ କରୁଛି ସେଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।