Odisha news

କନ୍ଧମାଳ ଜିଲା ନୁଆଁ ଏସପି ଭିନିତ ଅଗ୍ରୱାଲଙ୍କ ଦାୟୀତ୍ୱ ଗ୍ରହଣ ପରେ ଗଣମାଧ୍ୟମ ସହ ଔପଚାରିକ ସାକ୍ଷାତ

0

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ନୂତନ ଏସପି ଭାବେ ଭିନିତ ଅଗ୍ରୱାଲ ଶନିବାର ଦାୟୀତ୍ୱ ଗ୍ରହଣ କରିଛନ୍ତି । ସେ  ଏଥି ପୂର୍ବରୁ ନୁଆପଡା ଜିଲା ଏସପି ଭାବେ କାର୍ଯ୍ୟରତ ଥିଲେ । କନ୍ଧମାଳର ପୁର୍ବତନ ଏସପି ପ୍ରତୀକ ସିଂ କଟକ ଡିସିପି ଭାବେ ବଦଳୀ ହେବା ପରେ ଭିନିତ କନ୍ଧମାଳ ଏସପି ଭାବେ ଦାୟୀତ୍ୱ ଗ୍ରହଣ କରିଥିଲେ । ଦାୟୀତ୍ୱ ଗ୍ରହଣ କରିବା ପରେ କନ୍ଧମାଳ ଏସପି ଭିନିତ ଅଗ୍ରୱାଲ ଆଜି ପୋଲିସ କାର୍ଯ୍ୟାଳୟରେ ଫୁଲବାଣୀର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ସୋଜନ୍ୟମୂଳକ ସାକ୍ଷାତ କରିବା ବେଳେ କନ୍ଧମାଳ ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପକୁ ଦମନ କରିବା ଦିଗରେ ଦୃଷ୍ଟି ଦେବାସହ ଗଞ୍ଜେଇ ଚାହ ସହିତ  ଚୋରା କାରବାର ରୋକିବା ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ।

କନ୍ଧମାଳ ଜିଲା ଏକ ମାଓ ଅଧ୍ୟୁଷିତ ଜିଲା ହୋଇଥିବାରୁ ତାଙ୍କପାଇଁ ଏଠାରେ କାମକରିବା ଏକ ଚ୍ୟାଲେଞ୍ଜ ରହିବ ସେଥିପାଇଁ ମଧ୍ୟ ସେ ଅବଶ୍ୟକ ପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିବା ସହିତ ସରକାରଙ୍କ ଦ୍ୱାରା ନକ୍ସଲ ମାନଙ୍କପାଇଁ ରହି ଥିବା ଅତିସୁନ୍ଦର ଥଇଥାନ ବ୍ୟବସ୍ଥା ରହିଛି ସେମାନେ ହିଂସା ଛାଡି ସମଜର ମୁଖ୍ୟ ସୋ୍ରତକୁ ଆସିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ ।  ସେହିପରି ଜିଲାରେ ନିଶାନିବାରଣ ସହିତ ବର୍ତମାନ ଚାଲିଥିବା କରୋନା ମୁକାବିଲାକୁ ଅଗ୍ରାଧିକାର ଦେବେ ବୋଲି କହିବାସହିତ ଲୋକଙ୍କୁ ଏହି କରୋନା ସଂକ୍ରମଣ ସମୟରେ ନିଜନିଜ ଘରେ ରହିବାସହିତ ଅତି ଜରୁରୀ ପଡିଲେ ଘରୁ ବାହାରିବାବେଳେ ନିଜ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଚଳିବାକୁ ପରାମର୍ଶ ଦେଇଥିଲେ ।

 

Nalco
Leave A Reply