Odisha news

ବ୍ରାହ୍ମଣୀ ଗର୍ଭରୁ ମିଳିଲା ନିଖୋଜ ସୁନୀଲଙ୍କ ମୃତଦେହ

0

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଚାଂୟତ ଦାଣ୍ଡିସାହି ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ସୁନୀଲ ପ୍ରଧାନ ଗତକାଲି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଘରକୁ ନଫେରିବାରୁ ଘର ଲୋକମାନେ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ ।

ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବାରୁ ନଦୀ ପାଖକୁ ଯାଇ ବହୁ ଖୋଜାଖୋଜି ପରେ ମଧ୍ୟ ସୁନୀଲଙ୍କ ପତା ମିଳିନଥିଲା ।

ଶେଷରେ ନିରାଶ ହୋଇ ପରିବାର ଲୋକମାନେ ଘରକୁ ଫେରିଥିଲେ । ଆଜି ଅଗ୍ନିଶମ ବାହିନୀ ପକ୍ଷରୁ ପୁନଃରାୟ ଚାରିଆଡେ ଖୋଜିଖୋଜି ପରେ  ବ୍ରାହ୍ମଣି ଗର୍ଭରୁ ନିଖୋଜ ସୁନୀଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ସମଗ୍ର ଧୋୟାଚଂଳରେ ଶୋକରଛାୟା ଖେଳାଇ ଦେଇଛି ।

Ad2
Leave A Reply