Odisha news

ଖୋର୍ଦ୍ଧା : କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ସମୀକ୍ଷା ବୈଠକ

0

ଖୋର୍ଦ୍ଧା :  କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ ଖୋର୍ଦ୍ଧା ଜିଲ୍ଲାରେ କୋଭିଡ-୧୯ ସ୍ଥିତି ଓ କାର୍ଯ୍ୟକ୍ରମ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠି ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଯୋଗଦେଇ କୋଭିଡକେୟାର ହୋମ ପରିଚାଳନା, ପରିସ୍କାର ପରିଛନ୍ନତା ଓ ଆନୁସଙ୍ଗିକ ବ୍ୟକସ୍ଥା ଠିକ ରଖିବାକୁ ଗୁରୁତ୍ୱ ଦେଇଥିଲେ । ଖୋର୍ଦ୍ଧା ଜିଲ୍ଲାରେ ୧୯୫ଟି କୋଭିଡ କେୟାର ହୋମ କରାଯାଇଛି ଓ ସେଥିରେ ୨୦୪୩ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି ।

ଜିଲ୍ଲାର ୪୧ଟି କ୍ଲଷ୍ଟର ଟିଏମସି ରେ ୧୫୫୫ ଶର୍ଯ୍ୟା ବ୍ୟବସ୍ଥା କରାଯାଇଛି । କୋଭିଡ କେୟାର ହୋମ ରେ ରୋଗୀମାନଙ୍କ ପାଇଁ ଉତମ ଖାଦ୍ୟ, ପାନୀୟଜଳ, ଶୌଚାଳୟ ଆଦି ବ୍ୟବସ୍ଥା କରିବାକୁ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ଜିଲ୍ଲାରେ ୧୪୨୯ଟି କୋଭିଡ ମ୍ୟାନେଜେମେଂଟ ଟିମ୍ ଗଠନ କରଯାଇଛି । କୋଭିଡ ମ୍ୟାନେଜେମେଂଟ ଟିମ୍ ର ସଦସ୍ୟମାନଙ୍କୁ ତାଲିମ ଦିଆଯାଉଛି । ଜ୍ୱର, ସର୍ଦ୍ଦି, କାଶ ଆଦି ଲକ୍ଷଣ ଦେଖାଦେଲେ ଗ୍ରାମାଂଚଳର ଲୋକମାନଙ୍କୁ କୋଭିଡ କେୟାର ହୋମ ରେ ରଖାଯାଇ ଚିକିତ୍ସ୍ୟ କରାରଯିବ ।

କୋଭିଡ ମ୍ୟାନେଜେମେଂଟ ଟିମ୍ ର ସଦସ୍ୟମାନେ ଏଥିପାଇଁ କାର୍ଯ୍ୟକରିବେ । ତୃଣମୂଳସ୍ତରରେ ଓ ଗ୍ରାମାଂଚଳରେ ଲୋକମାନଙ୍କୁ ସଚେତନ କରିବା ଏବଂ କରୋନା ସଂକ୍ରମଣକୁ ରୋକିବା ପାଇର୍ କୋଭିଡ ମ୍ୟାନେଜେମେଂଟ କମିଟିଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକଙ୍କୁ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ଜିଲ୍ଲାରେ ୨୯୬ଟି କ୍ୱାରେଂଟାଇନ ସେଂଟର ରେ ଥିବା ୨୫୧୨ଜଣ ପ୍ରବାସୀଙ୍କୁ କ୍ଲଷ୍ଟର ଟିଏମସସିରେ ରଖିବାକୁ ଜିଲ୍ଲାପାଳଙ୍କୁ କେନ୍ଦ୍ରାଂଚଳ ରାଜସ୍ୱ କମିଶନର କହିଥ୍ôଲେ । ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୧୩୬୨ଜଣ ବ୍ୟକ୍ତି(ପ୍ରବାସୀ ଓଡିଆ) ଙ୍କୁ କ୍ୱାରେଂଟାଇନ ସେଂଟରରେ ରହିଥିବାରୁ ପ୍ରୋସôାହନ ଅର୍ଥ ବାବଦରେ ପ୍ରତ୍ୟେକଙ୍କୁ ୨ହଜାର ଟଙ୍କା ଲେଖାଏଁ ଦିଆଯାଇଛି । ଜିଲ୍ଲାରେ ବିଏମ୍ସି କୁ ଛାଡି ୧୬୯ଟି ଆକ୍ଟିଭ ପଜେଟିଭ କେଶ ଥିବା ଜଣାପଡିଛି ।

ପରେ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଶୀ୍ର ସାମଲ ଛତାବର ଠାରେ କୋଭିଡକେୟାର ସେଂଟର ପରିଦର୍ଶନ କରିଥିଲେ । ସେଠାରେ ପାନୀୟଜଳ ବ୍ୟବସ୍ଥା ଠିକ କରିବାକୁ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜାଆଁଳା ଗ୍ରାପଂଚାୟତର କୋଭିଡ କେୟାର ହୋମ ମଧ୍ୟ ପରିଦର୍ଶନ କରିଥିଲେ ।

ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳଙ୍କ ସିତାଂଶୁ ସୁକାର ରାଉତ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ,  ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଦିଗନ୍ତ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟ ଅଧିକାରୀ ଡା. ବିଶ୍ୱରଞ୍ଜନ ପତି ପ୍ରମୁଖ ଉପସ୍ଥିତଥିଲେ ।

Ad2
Leave A Reply