Odisha news

ଜଳେଶ୍ୱର : କଣ୍ଟେନମେଣ୍ଟ ଜୋନ୍ରେ ଜିଲ୍ଲାପାଳଙ୍କ ୭ ପ୍ରବେଶପଥ ପରିଦର୍ଶନ

0

ଜଳେଶ୍ୱର : ଜଳେଶ୍ୱର ମୁ୍ୟନିସିପାଲଟିରେ କୋଭିଦ୍-୧୯ ସ୍ୱାବ ଟେଷ୍ଟରରେ ଅଧିକ ପଜେଟିଭ୍ ଆସିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ୩ଦିନ ଧରି ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ଜଳେଶ୍ୱର ଆସି ଘୋଷିତ କଣ୍ଟେନମେଣ୍ଟ ଜୋନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସଂପର୍କରେ ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ଈଶ୍ୱର ଆଶିଷ ପାଟେଲ ଜଳେଶ୍ୱର ପୌରପାଳିକାରେ ୬ନଂ ୱାର୍ଡକୁ ଯିବାକୁଥିବା ୭ଟି ପ୍ରବେଶ ପଥ ବୁଲି ଦେଖିଥିଲେ । ବାସନ୍ତୀ  ପଡିଆଠାରେ ଥିବା ଅସ୍ଥାୟୀ କାର୍ଯ୍ୟାଳୟଠାରେ ସକାଳ ୭ଟା୩୦ରେ ସର୍ଭେଦଳ ପହଞ୍ଚିଥିଲେ ।

ପ୍ରତି ସର୍ଭେ ଦଳରେ ଆଶା, ଅଙ୍ଗନୱାଡିକର୍ମୀ, ଜଣେ ଶିକ୍ଷକ, ଏଏନ୍ଏମ୍ ଓ ପୁରୁଷ କର୍ମୀଙ୍କୁ ନେଇ ଗଠିତ ଟିମ୍ ପ୍ରତି ଘରକୁଘର ଯାଇ ସର୍ଭେକାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସର୍ଭେ କାର୍ଯ୍ୟରେ ଘରେଥିବା ବ୍ୟକ୍ତି ବିଶେଷ ସେମାନଙ୍କର ଜ୍ୱର, କାଶ, ଗଳାବ୍ୟଥା, ନିଶ୍ୱାସ କଷ୍ଟ, ଗର୍ଭବତୀ ମହିଳା, ମଧୁମେହ, ଟିବି, ବ୍ଲଡ ପ୍ରେସର, ହୃଦ୍ରୋଗ ଇତ୍ୟାଦିଥିବା ଲୋକଙ୍କ ସଂପର୍କରେ ସର୍ଭେ କରାଯିବା ସହ ଆବଶ୍ୟକସ୍ଥଳେ ପ୍ରାଥମିକ ଚିକିତ୍ସା କରିଛନ୍ତି । ପ୍ରତି ୪ଟି ଟିମ୍ରେ ଜଣେ ଆୟୁଷ ଡାକ୍ତର ସମୀକ୍ଷା କରୁଛନ୍ତି ।

ଏହା ବ୍ୟତୀତ ସ୍ଥାନୀୟ ସ୍ୱାସ୍ଥ୍ୟବିଭାଗର ମୁଖ୍ୟ ଡା, ପ୍ରଭାସ ଚନ୍ଦ୍ର ନାୟକ, ବିପିଏଚ୍ଓ ଫକୀର ପ୍ରଧାନ, ବିପିଏମ୍ ଓ ବିଡିଏମ୍ ଏବଂ ଶିକ୍ଷକ ପ୍ରତିନିଧି ଅଜିତ୍ କୁମାର ମହାନ୍ତି ପ୍ରମୁଖ ସମସ୍ତ ଚିକିସôା କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିଛନ୍ତି । ପ୍ରକାଶଯୋଗ୍ୟ ଆସନ୍ତା ମଙ୍ଗଳବାର ଠାରୁ ପୌରପାଳିକାର ୧୭ଟି ୱାର୍ଡର ସର୍ଭେକାର୍ଯ୍ୟ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରକାଶ । ଦୀର୍ଘ ୧୪ଦିନ ଧରି ଏହି କଣ୍ଟେନମେଣ୍ଟ ଜୋନ୍ରେ ପରୀକ୍ଷାନିରୀକ୍ଷା ହେବା ସହିତ ସେଥିରେ ଥିବା ପ୍ରାୟ ୩୦୦ ପରିବାରକୁ ସେମାନଙ୍କ ପରିବା, କ୍ଷୀର, ଅଣ୍ଡା, ମେଡିସିନ୍, ଗ୍ୟାସ ଯୋଗାଇ ଦେବାସହ ପ୍ରତିଦିନ ସେନିଟାଇଜେସନ୍ ହେବ ବୋଲି ପୌର ଅଧିକାରୀ ଅଜୟ କୁମାର ମହାପାତ୍ର କହିଛନ୍ତି ।

Nalco

Leave A Reply